Posted inଖେଳ

ଟୁର୍‌ ଡି ଫ୍ରାନ୍ସରୁ ଓହରିଲେ ଗତଥରର ଚାମ୍ପିୟନ ଇଗାନ ବେର୍ନାଲ

ଗ୍ରେନୋବଲ(ଫ୍ରାନ୍ସ), ୧୭।୯(ଏପି): ଫ୍ରାନ୍ସରେ ପ୍ରତିବର୍ଷ ଆୟୋଜିତ ହେଉଥିବା ବହୁ ପର୍ଯ୍ୟାୟ ବିଶିଷ୍ଟ ପୁରୁଷ ସାଇକେଲ ରେସ୍‌ ଟୁର୍‌ ଡି ଫ୍ରାନ୍ସରୁ ଓହରିଯାଇଛନ୍ତି ଗତଥରର ଚାମ୍ପିୟନ ଇଗାନ ବେର୍ନାଲ। ଆଲ୍ପସ୍‌ରେ ଆୟୋଜିତ ହେବାକୁ ଥିବା ରେସ୍‌ର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ପୂର୍ବରୁ ସେ ଓହରିଯାଇଛନ୍ତି ବୋଲି ତାଙ୍କ ଇନୋଓସ୍‌ ଗ୍ରେନାଡିଏର୍ସ ଟିମ୍‌ ବୁଧବାର ସୂଚନା ଦେଇଛି। ପିଠିରେ ଯନ୍ତ୍ରଣା କାରଣରୁ ସେ ଓହରିଯାଇଛନ୍ତି ବୋଲି କୁହାଯାଇଛି। ୨୩ ବର୍ଷୀୟ ଏହି ରାଇଡର ଜୁରା ପର୍ବତମାଳାରେ ଗତ ସପ୍ତାହରେ ଆୟୋଜିତ ପର୍ଯ୍ୟାୟରେ ବେଶ୍‌ ସଂଘର୍ଷ କରୁଥିବାର ଲକ୍ଷ୍ୟ କରାଯାଇଥିଲା। ଏଥିରେ ସେ ୭ ମିନିଟ୍‌ରୁ ଊର୍ଦ୍ଧ୍ୱ ଡ୍ରପ୍‌ କରିଥିଲେ।
ମୋଟ ଉପରେ ସେ ୧୬ତମ ସ୍ଥାନରେ ରହିଥିଲେ। ସବୁଠାରୁ ଆଗରେ ଥିବା ରେସ୍‌ ଲିଡର ପ୍ରିମୋଜ ରୋଗ୍ଲିକ୍‌ଙ୍କଠାରୁ ସେ ୧୯ ମିନିଟ୍‌ ୪ ସେକେଣ୍ଡ ପଛରେ ରହିଥିଲେ। ଏଭଳି ଅବସ୍ଥାରେ ଟୁର୍‌ ଡି ଫ୍ରାନ୍ସରୁ ଓହରିବାକୁ ଚାହୁଁ ନ ଥିଲେ ମଧ୍ୟ ଠିକ୍‌ ନିଷ୍ପତ୍ତି ନେଇଛି ବୋଲି ବର୍ନାଲ କହିଛନ୍ତି। ଟୁର ଡି ଫ୍ରାନ୍ସ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। ଆଗାମୀ ବର୍ଷଗୁଡିକରେ ଏହି ରେସ୍‌କୁ ପ୍ରତ୍ୟାବର୍ତ୍ତନ କରିବି ବୋଲି ବର୍ନାଲ କହିଛନ୍ତି।
ଗତବର୍ଷ ପ୍ରଥମ କଲମ୍ବିଆ ରେସର ଭାବେ ବର୍ନାଲ ଟୁର୍‌ ଡି ଫ୍ରାନ୍ସ ଜିତି ଇତିହାସ ସୃଷ୍ଟି କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସେ ସର୍ବ କନିଷ୍ଠ ରେସର ଭାବେ ଏହି ସଫଳତା ପାଇଥିଲେ। ଖୁବ୍‌ଶୀଘ୍ର ସେ ଆଘାତ ସମସ୍ୟାରୁ ମୁକୁଳି ପ୍ରତ୍ୟାବର୍ତ୍ତନ କରିବେ ବୋଲି ତାଙ୍କ ଟିମ୍‌ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘୁମୁସର ବନଖଣ୍ଡରେ ବାଘ-ହାତୀଙ୍କ ଦୌରାତ୍ମ୍ୟ, ବଳଦ ମାରି ଖାଇଲେ, ଘର ଭାଙ୍ଗି…

ଭଞ୍ଜନଗର,୨୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛି ଦିନ ହେବ ବାଘ ଓ ହାତୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି। ଉକ୍ତ ଦୁଇ...

T୨୦ ପରେ ଏବେ ଦିନିକିଆରୁ ବି ବାଦ ପଡ଼ିବେ ପନ୍ତ, BCCI ନେଲା ବଡ଼ ପଦକ୍ଷେପ! ଜାଣନ୍ତୁ କିଏ…

ନୂଆଦିଲ୍ଲୀ,୨୮।୧୨: ଭାରତୀୟ କ୍ରିକେଟ ଦଳର ଦିନିକିଆ ଟିମ୍‌ରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ୨୦୨୫-୨୬ ସିଜନର ଶେଷ ଘରୋଇ ଓଡିଆଇ ସିରିଜ ଅର୍ଥାତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ...

ବିଜେଡି ସୁପ୍ରିମୋଙ୍କ ବଡ଼ ଘୋଷଣା: ଦଳୀୟ କର୍ମକର୍ତ୍ତାଙ୍କ ତାଲିକାକୁ ନେଇ…

ଭୁବନେଶ୍ୱର,୨୮ା୧୨: ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତାଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଯୁବ...

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri