Posted inଖେଳ

ସଡନ୍‌ଡେଥ୍‌ରେ ହାରିଲା ଡିଫେଣ୍ଡିଂ ଚାମ୍ପିୟନ ଆମେରିକା

ସିଡ୍‌ନୀ,୬ା୮: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଖେଳାଯାଉଥିବା ମହିଳା ଫୁଟବଲ୍‌ ବିଶ୍ୱକପରେ ରବିବାର ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଡିଫେଣ୍ଡିଂ ଚାମ୍ପିୟନ ଯୁକ୍ତରାଷ୍ଟ୍ର ଆମେରିକାକୁ ବିଦା କରି ଅନ୍ତିମ-୮ରେ ସ୍ଥାନ ସୁରକ୍ଷିତ କରିଛି ସୁଇଡେନ୍‌। ଅନ୍ୟପକ୍ଷେ ବିଗତ ସଂସ୍କରଣର ରନର ଅପ୍‌ ନେଦରଲାଣ୍ଡ୍ସ ୨-୦ରେ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି।

ଡିଫେଣ୍ଡିଂ ଚାମ୍ପିୟନ ଆମେରିକାକୁ ସଡନ୍‌ ଡେଥ୍‌ରେ ୫-୪ ଗୋଲରେ ପରାସ୍ତ କରିଛି ସୁଇଡେନ୍‌ । ମ୍ୟାଚ୍‌ଟି ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିବା ବେଳେ ନିର୍ଦ୍ଧାରିତ ସମୟରେ ମ୍ୟାଚଟି ୦-୦ ରହିଥିଲା। ଅତିରିକ୍ତ ୩୦ ମିନିଟରେ ମଧ୍ୟ ଉଭୟ ଦଳ ପରସ୍ପର ବିପକ୍ଷରେ ସ୍କୋର କରିବାରେ ଅସମର୍ଥ ରହିଥିଲେ। ପେନାଲ୍ଟି ଶୁଟ୍‌ ଆଉଟରେ ମଧ୍ୟ ମ୍ୟାଚ ୩-୩ରେ ଅମୀମାଂସିତ ରହିଥିଲା। ସଡନ୍‌ ଡେଥ୍‌ରେ ମ୍ୟାଚ୍‌ ଫଇସଲା ହୋଇଥିଲା। ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ଥିବା ସୁଇଡେନ୍‌ ବିଶ୍ୱର ଏକ ନମ୍ବର ଦଳ ଆମେରିକାକୁ ପରାସ୍ତ କରିଛି।

ପେନାଲ୍ଟି ଶୁଟ୍‌ ଆଉଟରେ ଆମେରିକା ପକ୍ଷରୁ ଆଣ୍ଡି ସୁଲିଭାନ୍‌, ଲିଣ୍ଡସେ ହୋରାନ୍‌, କ୍ରିଷ୍ଟି ମଓ୍ବେିସ୍‌ ସ୍କୋର କରିଥିବା ବେଳେ ଷ୍ଟାର ଖେଳାଳି ମେଗାନ୍‌ ରାପିନୋ ଓ ସୋଫିଆ ସ୍ମିଥ୍‌ ବିଫଳ ହୋଇଥିଲେ। ସେହିପରି ସୁଇଡେନ୍‌ ପକ୍ଷରୁ ଫ୍ରିଡୋଲିନା ରୁଲ୍‌ଫୋ, ଏଲିନ୍‌ ରୁବେନ୍‌ସନ୍‌ ଓ ହାନ୍ନା ବେନିସନ୍‌ ସ୍କୋର କରିଥିବା ବେଳେ ନାତାଲି ବୋର୍ନ ଓ ରେବେକା ବ୍ଲୋମକୋଭେଷ୍ଟଙ୍କ ଶଟ୍‌ ପୋଷ୍ଟ ବାହାରକୁ ଯାଇଥିଲା। ସଡନ୍‌ ଡେଥ୍‌ରେ ଆମେରିକୀୟ ଗୋଲ୍‌ କିପର ଆଲିସିଆ ନାହେର ସ୍କୋର କରିଥିବା ବେଳେ ସୁଇଡେନ୍‌ ପକ୍ଷରୁ ମାଗଡାଲେନା ଏରିକ୍‌ସନ୍‌ ସ୍କୋର କରିଥିଲେ। କେଲେଓ ହାରାଙ୍କ ଶଟ୍‌ ବାର୍‌ରେ ବାଜି ଫେରି ଆସିବାରୁ ଆମେରିକା ଶଟ୍‌ ମିସ୍‌ କରିଥିବା ବେଳେ ସୁଇଡେନ୍‌ ପକ୍ଷରୁ ବିଜୟ ସୂଚକ ଗୋଲ ଦେଇଥିଲେ ଲିନା ହର୍ଟିଗ୍‌। ସୁଇଡେନ୍‌ କ୍ୱାର୍ଟର ଫାଇନାଲରେ ଜାପାନକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri