ଇରାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସାକ୍ଷାତ୍‌ କଲେ ରାଜନାଥ

ତେହେରାନ,୬।୯: ପ୍ରତିରକ୍ଷମାନ୍ତ୍ରୀ ରାଜନାଥ ସିଂ ରବିବାର ଇରାନ ପ୍ରତିରକ୍ଷାମନ୍ତ୍ରୀ ବ୍ରିଗେଡିୟର ଜେନରାଲ ଅମିର ହତାମିଙ୍କୁ ତେହରାରେ ସାକ୍ଷାତ୍‌ କରିଛନ୍ତି। ଉଭୟଙ୍କ ବୈଠକକୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ରାଜନାଥ ଏହି ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ଓ ଆଫଗାନିସ୍ତାନ ସମେତ ସୀମା ସୁରକ୍ଷା ସହ ଜଡିତ ଅନେକ କଥା ଉପରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ, ରାଜନାଥ ସିଂ ସାଂଘାଇ ସହଯୋଗ ସଙ୍ଗଠନ(ଏସ୍‌ସିଓ)ରେ ପ୍ରତିରକ୍ଷାମନ୍ତ୍ରୀଙ୍କ ବୈଠକରେ ସାମିଲ ହେବାକୁ ଯାଇଥିବା ବେଳେ ତାଙ୍କର ୩ ଦିନିଆ ମସ୍କୋ ଯାତ୍ରା ଶେଷ କରି ଶନିବାର ତେହେରାନ ପହଞ୍ଚିଥିଲେ। ସେ ମସ୍କୋରେ ରୁଷିଆ, ଚାଇନା ଓ ମଧ୍ୟ ଏସିଆ ଦେଶର ସମକକ୍ଷଙ୍କ ସହ ଦ୍ୱିପାକ୍ଷିକ ବାର୍ତ୍ତାରେ ସାମିଲ ହୋଇଥିଲେ। ତେହେରୋନରେ ଥାଇ ପ୍ରତିରକ୍ଷା ମନ୍ତ୍ରୀ ଟୁଇଟ୍‌ କରି ଜଣାଇଛନ୍ତି, ଇରାନର ପ୍ରତିରକ୍ଷା ମନ୍ତ୍ରୀ ବ୍ରିଗେଡିୟର ଜେନରାଲ ଅମିର ହତାମିଙ୍କ ସହ ସାକ୍ଷାତ୍‌କାର ଅତ୍ୟନ୍ତ ସାର୍ଥକ ଥିଲା। ଆଉ ଏକ ଟୁଇଟ୍‌ରେ ସେ କହିଛନ୍ତି, ଦୁଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ସହଯୋଗକୁ ଆଗକୁ ବଢାଇବାକୁ ନେଇ ଚର୍ଚ୍ଚା ହୋଇଛି। ତଥା ଆଫଗାନିସ୍ତାନରେ ଶାନ୍ତି ଓ ସ୍ଥିରତା ସହ ସୀମା ସୁରକ୍ଷା କଥା ମଧ୍ୟ ଆଲୋଚନା ହୋଇଛି।

Share