ମା’ ତାରିଣୀଙ୍କ ହୁଣ୍ଡି ଚାବି ହଜେଇଦେଲେ

ଘଟଗାଁ,୨୭ା୨(ରାଜେନ୍ଦ୍ର କୁମାର ପଟ୍ଟନାୟକ):କେନ୍ଦୁଝର ଜିଲା ଘଟଗାଁସ୍ଥିତ ମା’ ତାରିଣୀଙ୍କ ମନ୍ଦିରରେ ବଡ଼ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ମନ୍ଦିର ବେଢ଼ାରେ ଥିବା ଏକ ଦାନବାକ୍ସର ଚାବି ନ ମିଳିବାରୁ ତାଲା କାଟି ଗଣତି କରାଯାଇଥିଲା। ଘଟଣାକୁ ୩ ଦିନ ବିତିଯାଇଥିବା ବେଳେ ଏବେ ଜଣାପଡ଼ିବା ପରେ ମନ୍ଦିର କର୍ମଚାରୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ବିଶେଷକରି ମନ୍ଦିର ପରିଚାଳନା ବୋର୍ଡ ନ ଥିବା ବେଳେ ଏହାର ପ୍ରତ୍ୟକ୍ଷ ଦାୟିତ୍ୱ ଦେବୋତ୍ତର ବିଭାଗ ନିର୍ବାହ କରୁଛି। ଏପରି ସମୟରେ ଚାବି ନ ମିଳିବା ଓ ତାଲା କାଟି ଗଣତି କରିବାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି।
ଖବର ଅନୁଯାୟୀ, ଗତ ୨୩ ତାରିଖରେ ମନ୍ଦିର ପରିସରରେ ଥିବା ୧୩ ଗୋଟି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ମାତ୍ର ମନ୍ଦିର ବେଢା ନିକଟରେ ପ୍ରସ୍ଥାନ ଦ୍ୱାର ନିକଟରେ ଥିବା ଷ୍ଟିଲ ହୁଣ୍ଡିର ଚାବି ମିଳି ନ ଥିଲା। ନିୟମ ଅନୁଯାୟୀ ମନ୍ଦିର ପରିଚାଳନା ବୋର୍ଡଥିବା ବେଳେ ଚାବି ତିନି ଜଣଙ୍କ ନିକଟରେ ରହିଥାଏ। ଗୋଟିଏ ଚାବି ବୋର୍ଡ ସଭାପତି, ଗୋଟିଏ ଦେବୋତ୍ତର ନିରୀକ୍ଷକ ଓ ଗୋଟିଏ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ରହିଥାଏ। ବୋର୍ଡ ନ ଥିବା ଯୋଗୁ ଏବେ ଦୁଇ ଜଣଙ୍କ ନିକଟରେ ଚାବି ରହୁଛି। ଯେଉଁ ହୁଣ୍ଡିରେ ଚାବି ଗାଏବ ହୋଇଛି, ସେହି ଚାବିକାଠିଟି କେବଳ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ରଙ୍କ ନିକଟରେ ଥିଲା। ହୁଣ୍ଡି ଖୋଲିବା ବେଳେ ଚାବିଟି ନ ମିଳିବାରୁ ଶେଷରେ ପହଡ଼ପରେ ତାଲା କଟାଯାଇ ଟଙ୍କା ବାହାର କରାଯାଇଥିଲା। ତେବେ ଘଟଣା ପଦାକୁ ଆସିବା ପରେ ଏବେ ନିର୍ବାହୀ ଅଧିକାରୀଙ୍କ ମୁଣ୍ଡବ୍ୟଥା ହୋଇଛି। ଏହି ଚାବିକୁ କେହି ଗାଏବ କରି ଏଥିରୁ ଟଙ୍କା ନେଇଯାଇଥିବା ପ୍ରଶ୍ନ ଉଙ୍କି ମାରୁଛି। ଘଟଣା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷ ଓ ପୋଲିସକୁ ନ ଜଣାଇ କାହିଁକି ତାଲା କଟାଗଲା, ତା ତଦନ୍ତସାପେକ୍ଷ। ମନ୍ଦିର ବେଢ଼ାରେ ଲାଗିଥିବା ସିସି ଟିଭି ଯାଞ୍ଚ କରିବାକୁ ସାମାଜିକ କର୍ମୀ ଜଗବନ୍ଧୁ ଶାହା, ନୃସିଂହ ଚରଣ ସାହୁ, ଶରତ କୁମାର ବେଜ୍‌, କେଦାରନାଥ ସାହୁ ପ୍ରମୁଖ ଦାବି କରିଛନ୍ତି। ମନ୍ଦିର ଦାୟିତ୍ୱରେ ଥିବା ସମ୍ବଲପୁରସ୍ଥିତ ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡିଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇ ନ ଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର ପ୍ରଥମେ ଏହାକୁ ଅସ୍ବୀକାର କରିବା ସହ କିଏ କହିଲା ବୋଲି ପଚାରିଥିଲେ। ପରେ ଚାବିଟି ହଜିଯାଇଥିବାରୁ ତାଲାକାଟି ଟଙ୍କା ବାହାର କରିଥିବା କହିଥିଲେ। ଥାନା ଅଧିକାରୀ ରଞ୍ଜନ କୁମାର ପାତ୍ର କହିଛନ୍ତି, ଏ ସମ୍ପର୍କରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ସ୍ମରଣଯୋଗ୍ୟ, ଗତ ୨ ମାସ ତଳେ ମନ୍ଦିର ଟିକେଟ କାଉଣ୍ଟର ଭୋଗମାହାସୁଲ ହେରଫେର ଘଟଣାରେ ୨ ଜଣ କର୍ମଚାରୀ ବହିଷ୍କୃତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri