ମା’ ତାରିଣୀଙ୍କ ହୁଣ୍ଡି ଚାବି ହଜେଇଦେଲେ

ଘଟଗାଁ,୨୭ା୨(ରାଜେନ୍ଦ୍ର କୁମାର ପଟ୍ଟନାୟକ):କେନ୍ଦୁଝର ଜିଲା ଘଟଗାଁସ୍ଥିତ ମା’ ତାରିଣୀଙ୍କ ମନ୍ଦିରରେ ବଡ଼ଧରଣର ତ୍ରୁଟି ପରିଲକ୍ଷିତ ହୋଇଛି। ମନ୍ଦିର ବେଢ଼ାରେ ଥିବା ଏକ ଦାନବାକ୍ସର ଚାବି ନ ମିଳିବାରୁ ତାଲା କାଟି ଗଣତି କରାଯାଇଥିଲା। ଘଟଣାକୁ ୩ ଦିନ ବିତିଯାଇଥିବା ବେଳେ ଏବେ ଜଣାପଡ଼ିବା ପରେ ମନ୍ଦିର କର୍ମଚାରୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ବିଶେଷକରି ମନ୍ଦିର ପରିଚାଳନା ବୋର୍ଡ ନ ଥିବା ବେଳେ ଏହାର ପ୍ରତ୍ୟକ୍ଷ ଦାୟିତ୍ୱ ଦେବୋତ୍ତର ବିଭାଗ ନିର୍ବାହ କରୁଛି। ଏପରି ସମୟରେ ଚାବି ନ ମିଳିବା ଓ ତାଲା କାଟି ଗଣତି କରିବାକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି।
ଖବର ଅନୁଯାୟୀ, ଗତ ୨୩ ତାରିଖରେ ମନ୍ଦିର ପରିସରରେ ଥିବା ୧୩ ଗୋଟି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ମାତ୍ର ମନ୍ଦିର ବେଢା ନିକଟରେ ପ୍ରସ୍ଥାନ ଦ୍ୱାର ନିକଟରେ ଥିବା ଷ୍ଟିଲ ହୁଣ୍ଡିର ଚାବି ମିଳି ନ ଥିଲା। ନିୟମ ଅନୁଯାୟୀ ମନ୍ଦିର ପରିଚାଳନା ବୋର୍ଡଥିବା ବେଳେ ଚାବି ତିନି ଜଣଙ୍କ ନିକଟରେ ରହିଥାଏ। ଗୋଟିଏ ଚାବି ବୋର୍ଡ ସଭାପତି, ଗୋଟିଏ ଦେବୋତ୍ତର ନିରୀକ୍ଷକ ଓ ଗୋଟିଏ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନିକଟରେ ରହିଥାଏ। ବୋର୍ଡ ନ ଥିବା ଯୋଗୁ ଏବେ ଦୁଇ ଜଣଙ୍କ ନିକଟରେ ଚାବି ରହୁଛି। ଯେଉଁ ହୁଣ୍ଡିରେ ଚାବି ଗାଏବ ହୋଇଛି, ସେହି ଚାବିକାଠିଟି କେବଳ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ରଙ୍କ ନିକଟରେ ଥିଲା। ହୁଣ୍ଡି ଖୋଲିବା ବେଳେ ଚାବିଟି ନ ମିଳିବାରୁ ଶେଷରେ ପହଡ଼ପରେ ତାଲା କଟାଯାଇ ଟଙ୍କା ବାହାର କରାଯାଇଥିଲା। ତେବେ ଘଟଣା ପଦାକୁ ଆସିବା ପରେ ଏବେ ନିର୍ବାହୀ ଅଧିକାରୀଙ୍କ ମୁଣ୍ଡବ୍ୟଥା ହୋଇଛି। ଏହି ଚାବିକୁ କେହି ଗାଏବ କରି ଏଥିରୁ ଟଙ୍କା ନେଇଯାଇଥିବା ପ୍ରଶ୍ନ ଉଙ୍କି ମାରୁଛି। ଘଟଣା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷ ଓ ପୋଲିସକୁ ନ ଜଣାଇ କାହିଁକି ତାଲା କଟାଗଲା, ତା ତଦନ୍ତସାପେକ୍ଷ। ମନ୍ଦିର ବେଢ଼ାରେ ଲାଗିଥିବା ସିସି ଟିଭି ଯାଞ୍ଚ କରିବାକୁ ସାମାଜିକ କର୍ମୀ ଜଗବନ୍ଧୁ ଶାହା, ନୃସିଂହ ଚରଣ ସାହୁ, ଶରତ କୁମାର ବେଜ୍‌, କେଦାରନାଥ ସାହୁ ପ୍ରମୁଖ ଦାବି କରିଛନ୍ତି। ମନ୍ଦିର ଦାୟିତ୍ୱରେ ଥିବା ସମ୍ବଲପୁରସ୍ଥିତ ଡିଭିଜନାଲ ଇନ୍ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡିଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ ଉଠାଇ ନ ଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ ମହାପାତ୍ର ପ୍ରଥମେ ଏହାକୁ ଅସ୍ବୀକାର କରିବା ସହ କିଏ କହିଲା ବୋଲି ପଚାରିଥିଲେ। ପରେ ଚାବିଟି ହଜିଯାଇଥିବାରୁ ତାଲାକାଟି ଟଙ୍କା ବାହାର କରିଥିବା କହିଥିଲେ। ଥାନା ଅଧିକାରୀ ରଞ୍ଜନ କୁମାର ପାତ୍ର କହିଛନ୍ତି, ଏ ସମ୍ପର୍କରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ। ସ୍ମରଣଯୋଗ୍ୟ, ଗତ ୨ ମାସ ତଳେ ମନ୍ଦିର ଟିକେଟ କାଉଣ୍ଟର ଭୋଗମାହାସୁଲ ହେରଫେର ଘଟଣାରେ ୨ ଜଣ କର୍ମଚାରୀ ବହିଷ୍କୃତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

କ୍ୟାମେରା ଜଗିଛି, ବାଘ ନେଇଗଲା ବାଛୁରୀ: ଘୁମୁସର ବନଖଣ୍ଡରେ ବଢୁଛି ଆତଙ୍କ

ଭଞ୍ଜନଗର,୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ଦିନକୁ ଦିନ ବନ୍ୟପ୍ରାଣୀ ଆତଙ୍କ ବଢୁଛି। ଯାହାକୁ ନେଇ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଆତଙ୍କିତ...

ଏହି ଜିଲାରେ ପ୍ରଥମ ପୋଷ୍ୟ ସନ୍ତାନ ଗ୍ରହଣ

ନୂଆପଡ଼ା,୬ା୧୨ (ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାର ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ଜିଲା ଶିଶୁ ସୁରକ୍ଷା ବିଭାଗ ଓ ସ୍ବତନ୍ତ୍ର...

ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମବାର୍ଷିକୀ ପାଇଁ ଦେଓଲ ପରିବାର ନେଲେ ବଡ଼ ନିଷ୍ପତ୍ତି, ପ୍ରଶଂସକଙ୍କୁ ମିଳିବ…

ମୁମ୍ବାଇ,୬।୧୨: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଜନ୍ମଦିନର ମାତ୍ର ୧୫ ଦିନ ପୂର୍ବରୁ ଦେହାନ୍ତ ହୋଇଗଲା। ଏବେ, ସନି ଦେଓଲ ଏବଂ ବବି ଦେଓଲ ସମେତ...

ସୋଲାର ଲାଇଟ ଅଚଳ:ଠିକା ସଂସ୍ଥାକୁ ତାଗିଦ୍‌ କଲେ ବିଡିଓ, ଦେଖନ୍ତୁ VIDEO

ଦାରିଙ୍ଗବାଡି,୬/୧୨(ଅରୁଣ ସାହୁ ): ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ସନ୍ଧ୍ୟା ହେଲେ ରାସ୍ତାଘାଟ ଅନ୍ଧାର ହୋଇପଡୁଛି। ପଞ୍ଚାୟତ ଏବଂ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଷ୍ଟ୍ରିଟ ଆଲୁଅର...

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri