Posted inଜାତୀୟ

ପ୍ରତିରକ୍ଷା ସାଇବର ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ,୨୦ା୪ (ଆଇଏଏନ୍‌ଏସ୍‌): ସୈନ୍ୟ ବାହିନୀରେ ସାଇବର ସୁରକ୍ଷା ଉଲ୍ଲଂଘନ ହୋଇଥିବାର ଗୋଇନ୍ଦା ରିପୋର୍ଟ ମିଳିବା ପରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ସାଇବର ସୁରକ୍ଷା ତ୍ରୁଟି ସହ କେତେଜଣ ସେନା ଅଧିକାରୀ ସମ୍ପୃକ୍ତ ଥିବା ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କର ଶତ୍ରୁ ଦେଶ ସହ ଯୋଗାଯୋଗ ରହିଥିବା ସନ୍ଦେହ କରାଯାଉଛି। ସେମାନେ ପଡୋଶୀ ଦେଶ ପାଇଁ ଗୁପ୍ତଚରଗିରିରେ ସମ୍ପୃକ୍ତ ଥିବା ସାମରିକ ଓ ଗୋଇନ୍ଦା ସଂସ୍ଥା ଅନୁଧ୍ୟାନରୁ ଜାଣିବାକୁ ପାଇଛି। ସୂତ୍ର ଅନୁଯାୟୀ ନିର୍ଦ୍ଦିଷ୍ଟ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଜରିଆରେ ସମ୍ବେଦନଶୀଳ ତଥ୍ୟ ଲିକ୍‌ ହୋଇଛି। ତଦନ୍ତରେ ଦୋଷୀ ଅଫିସର ଧରାପଡ଼ିଲେ ସେମାନଙ୍କ ବିରୋଧରେ ସବୁଠୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେତେଜଣ ଅଧିକାରୀ କହିଛନ୍ତି। ପ୍ରଚଳିତ ନିର୍ଦ୍ଦେଶାବଳୀର ଉଲ୍ଲଂଘନ, ଗୋଇନ୍ଦା ବିରୋଧୀ ଘଟଣା ସହ ସମ୍ପୃକ୍ତି ଆଦି ଆଧିକାରିକ ଗୋପନୀୟତା ଆଇନ ଅନ୍ତର୍ଭୁକ୍ତ ହୋଇଥିବାରୁ ଏଭଳି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ଏହା ପ୍ରତିରକ୍ଷା ବିଭାଗର ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତଦନ୍ତ ପ୍ରଭାବିତ ହେବା ଆଶଙ୍କାରେ ଅଧିକ କିଛି କହିବାକୁ ଅଧିକାରୀମାନେ ମନା କରିଦେଇଛନ୍ତି।
ନିକଟରେ ପାକିସ୍ତାନ ଓ ଚାଇନା ଗୋଇନ୍ଦା ସଂସ୍ଥାର କେତେଜଣ ସନ୍ଦିଗ୍ଧ ଭାରତୀୟ ସୈନ୍ୟ ବାହିନୀର ସମ୍ବେଦନଶୀଳ ତଥ୍ୟ ହାସଲ କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ସେନା ଅଧିକାରୀଙ୍କ ସହ ଯୋଗାଯୋଗ ଉଦ୍ୟମ କରିଥିଲେ। ସେମାନଙ୍କର ଅଧିକାଂଶ ଉଦ୍ୟମ ବିଫଳ ହୋଇଥିଲେ ହେଁ, କେତେଜଣ ଅଧିକାରୀଙ୍କୁ ସେମାନେ ଫାଶରେ ପକାଇପାରିଛନ୍ତି। ଉକ୍ତ ଅଧିକାରୀଙ୍କଠାରୁ ସେମାନେ କେତେକ ତଥ୍ୟ ହାସଲ କରିବାରେ ସମର୍ଥ ହୋଇଥିବା କୁହାଯାଉଛି। ସାଇବର ସୁରକ୍ଷା ଯେପରି ଉଲ୍ଲଂଘନ ନ ହୁଏ, ସେଥିପାଇଁ ସୋସିଆଲ ମିଡିଆ ବ୍ୟବହାର କଲାବେଳେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଏବଂ ଗାଇଡ୍‌ଲାଇନ ପାଳନ କରିବା ଲାଗି ଅଧିକାରୀମାନଙ୍କୁ ବାରମ୍ବାର କୁହାଯାଇଆସୁଛି।
ସୂଚନାଯୋଗ୍ୟ, ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଭାରତୀୟ ସେନା ଅଧିକାରୀ ଗୁପ୍ତଚରଗିରି କରିବା ନୂଆ ନୁହେଁ। ଅତୀତରେ ଅନେକ ଥର ଏଭଳି ଘଟଣା ଧରାପଡ଼ିଛି ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇଛି। ଗତବର୍ଷ ଅକ୍ଟୋବରରେ ପଞ୍ଜାବର ସ୍ପେଶାଲ ଅପରେଶନ ସେଲ୍‌ ଜଣେ ଭାରତୀୟ ସେନା ଅଧିକାରୀଙ୍କୁ ଗିରଫ କରିଥିଲା। କ୍ରୁନାଲ କୁମାର ନାମକ ଗୁଜରାଟର ଏହି ଅଫିସର ଫିରୋଜପୁରରେ ଅବସ୍ଥାପିତ ଥିଲେ ଓ ଭାରତୀୟ ସେନାର ଆଇଟି ସେଲ୍‌ ପାଇଁ କାର୍ଯ୍ୟ କରୁଥିଲେ। ସେ ଆଇଏସ୍‌ଆଇ ପାଇଁ ଗୁପ୍ତଚରଗିରି କରୁଥିବା ଅଭିଯୋଗ ହୋଇଥିଲା। ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ସେ ଆଇଏସ୍‌ଆଇ ସଦସ୍ୟଙ୍କ ସହ ଯୋଗାଯୋଗରେ ଥିଲେ। ଦେଶର ସ୍ବାର୍ଥ ଓ ସୁରକ୍ଷା ସମ୍ପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେ ଲିକ୍‌ କରିଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି

ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri