Posted inଜାତୀୟ

ପ୍ରତିରକ୍ଷା ସାଇବର ସୁରକ୍ଷାରେ ତ୍ରୁଟି

ନୂଆଦିଲ୍ଲୀ,୨୦ା୪ (ଆଇଏଏନ୍‌ଏସ୍‌): ସୈନ୍ୟ ବାହିନୀରେ ସାଇବର ସୁରକ୍ଷା ଉଲ୍ଲଂଘନ ହୋଇଥିବାର ଗୋଇନ୍ଦା ରିପୋର୍ଟ ମିଳିବା ପରେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି। ସାଇବର ସୁରକ୍ଷା ତ୍ରୁଟି ସହ କେତେଜଣ ସେନା ଅଧିକାରୀ ସମ୍ପୃକ୍ତ ଥିବା ପ୍ରତିରକ୍ଷା ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କର ଶତ୍ରୁ ଦେଶ ସହ ଯୋଗାଯୋଗ ରହିଥିବା ସନ୍ଦେହ କରାଯାଉଛି। ସେମାନେ ପଡୋଶୀ ଦେଶ ପାଇଁ ଗୁପ୍ତଚରଗିରିରେ ସମ୍ପୃକ୍ତ ଥିବା ସାମରିକ ଓ ଗୋଇନ୍ଦା ସଂସ୍ଥା ଅନୁଧ୍ୟାନରୁ ଜାଣିବାକୁ ପାଇଛି। ସୂତ୍ର ଅନୁଯାୟୀ ନିର୍ଦ୍ଦିଷ୍ଟ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଜରିଆରେ ସମ୍ବେଦନଶୀଳ ତଥ୍ୟ ଲିକ୍‌ ହୋଇଛି। ତଦନ୍ତରେ ଦୋଷୀ ଅଫିସର ଧରାପଡ଼ିଲେ ସେମାନଙ୍କ ବିରୋଧରେ ସବୁଠୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କେତେଜଣ ଅଧିକାରୀ କହିଛନ୍ତି। ପ୍ରଚଳିତ ନିର୍ଦ୍ଦେଶାବଳୀର ଉଲ୍ଲଂଘନ, ଗୋଇନ୍ଦା ବିରୋଧୀ ଘଟଣା ସହ ସମ୍ପୃକ୍ତି ଆଦି ଆଧିକାରିକ ଗୋପନୀୟତା ଆଇନ ଅନ୍ତର୍ଭୁକ୍ତ ହୋଇଥିବାରୁ ଏଭଳି ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥାଏ। ଏହା ପ୍ରତିରକ୍ଷା ବିଭାଗର ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତଦନ୍ତ ପ୍ରଭାବିତ ହେବା ଆଶଙ୍କାରେ ଅଧିକ କିଛି କହିବାକୁ ଅଧିକାରୀମାନେ ମନା କରିଦେଇଛନ୍ତି।
ନିକଟରେ ପାକିସ୍ତାନ ଓ ଚାଇନା ଗୋଇନ୍ଦା ସଂସ୍ଥାର କେତେଜଣ ସନ୍ଦିଗ୍ଧ ଭାରତୀୟ ସୈନ୍ୟ ବାହିନୀର ସମ୍ବେଦନଶୀଳ ତଥ୍ୟ ହାସଲ କରିବା ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ସେନା ଅଧିକାରୀଙ୍କ ସହ ଯୋଗାଯୋଗ ଉଦ୍ୟମ କରିଥିଲେ। ସେମାନଙ୍କର ଅଧିକାଂଶ ଉଦ୍ୟମ ବିଫଳ ହୋଇଥିଲେ ହେଁ, କେତେଜଣ ଅଧିକାରୀଙ୍କୁ ସେମାନେ ଫାଶରେ ପକାଇପାରିଛନ୍ତି। ଉକ୍ତ ଅଧିକାରୀଙ୍କଠାରୁ ସେମାନେ କେତେକ ତଥ୍ୟ ହାସଲ କରିବାରେ ସମର୍ଥ ହୋଇଥିବା କୁହାଯାଉଛି। ସାଇବର ସୁରକ୍ଷା ଯେପରି ଉଲ୍ଲଂଘନ ନ ହୁଏ, ସେଥିପାଇଁ ସୋସିଆଲ ମିଡିଆ ବ୍ୟବହାର କଲାବେଳେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଏବଂ ଗାଇଡ୍‌ଲାଇନ ପାଳନ କରିବା ଲାଗି ଅଧିକାରୀମାନଙ୍କୁ ବାରମ୍ବାର କୁହାଯାଇଆସୁଛି।
ସୂଚନାଯୋଗ୍ୟ, ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପାଇଁ ଭାରତୀୟ ସେନା ଅଧିକାରୀ ଗୁପ୍ତଚରଗିରି କରିବା ନୂଆ ନୁହେଁ। ଅତୀତରେ ଅନେକ ଥର ଏଭଳି ଘଟଣା ଧରାପଡ଼ିଛି ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହୋଇଛି। ଗତବର୍ଷ ଅକ୍ଟୋବରରେ ପଞ୍ଜାବର ସ୍ପେଶାଲ ଅପରେଶନ ସେଲ୍‌ ଜଣେ ଭାରତୀୟ ସେନା ଅଧିକାରୀଙ୍କୁ ଗିରଫ କରିଥିଲା। କ୍ରୁନାଲ କୁମାର ନାମକ ଗୁଜରାଟର ଏହି ଅଫିସର ଫିରୋଜପୁରରେ ଅବସ୍ଥାପିତ ଥିଲେ ଓ ଭାରତୀୟ ସେନାର ଆଇଟି ସେଲ୍‌ ପାଇଁ କାର୍ଯ୍ୟ କରୁଥିଲେ। ସେ ଆଇଏସ୍‌ଆଇ ପାଇଁ ଗୁପ୍ତଚରଗିରି କରୁଥିବା ଅଭିଯୋଗ ହୋଇଥିଲା। ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ସେ ଆଇଏସ୍‌ଆଇ ସଦସ୍ୟଙ୍କ ସହ ଯୋଗାଯୋଗରେ ଥିଲେ। ଦେଶର ସ୍ବାର୍ଥ ଓ ସୁରକ୍ଷା ସମ୍ପର୍କିତ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେ ଲିକ୍‌ କରିଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM

ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri