ନିର୍ମାଣରେ ତ୍ରୁଟି, ଭୁଶୁଡ଼ିବ ମେଡିକାଲ କଲେଜ

ଫୁଲବାଣୀ,୩୧।୩(ରାକେଶ କୁମାର ରାଉତ)କନ୍ଧମାଳ ଜିଲାର ବହୁ ପ୍ରତୀକ୍ଷିତ ମେଡିକାଲ କଲେଜ ନିର୍ମାଣରେ ବ୍ୟାପକ ତ୍ରୁଟି ପରିଲକ୍ଷିତ ହୋଇଛି ା କେହି ତ୍ରୁଟି କଲେ କାଳେ କିଏ ଧରିବ, ତାହାକୁ ନଜରରେ ରଖି ନିର୍ମାଣାଧୀନ ମେଡିକାଲ କଲେଜ ପରିସରକୁ କାହାରିକୁ ଛଡ଼ାଯାଉନି। ଏପରିକି ଗଣମାଧ୍ୟମକୁ ମଧ୍ୟ ନିର୍ମାଣକାରୀ ସଂସ୍ଥା ଭିତରକୁ ଛାଡୁନାହିଁ ା କହିଲେ ଗୁଣ୍ଡା ଲଗେଇ ମାରିବାକୁ ଧମକ ଦେଉଛନ୍ତି। ପୂର୍ବରୁ ମେଡିକାଲ ସମ୍ମୁଖରେ ଏଠାରେ ଫଟୋଗ୍ରାଫି ଏବଂ ଭିଡିଓ ରେକର୍ଡିଂ ମନା ବୋଲି ଏକ ବୋର୍ଡ ମାରିଥିଲେ। ଏ ନେଇ ଗଣମାଧ୍ୟମ ପ୍ରତିନିଧି ପୂର୍ତ୍ତ ବିଭାଗକୁ ଜଣାଇବାରୁ ସେହି ଲେଖାକୁ ତ ହଟେଇ ଦେଲେ, ହେଲେ ଭିତରକୁ ଛାଡ଼ିବାକୁ ମନା କଲେ। କହୁଛନ୍ତି, ଆମକୁ ମୁଖ୍ୟଯନ୍ତ୍ରୀ ମନା କରିଛନ୍ତି। କିନ୍ତୁ ଏ ନେଇ ସେମାନେ କୌଣସି ଲିଖିତ ନିର୍ଦ୍ଦେଶନାମା ଦେଖାଇ ପାରୁନାହାନ୍ତି। ମେଡିକାଲ କଲେଜର ନିର୍ମାଣ ଯେଉଁ ହିସାବରେ ହେବା କଥା ସେପରି ହେଉନାହିଁ ା ନିର୍ମାଣାଧୀନ କୋଠାକୁ ବାଲିରେ ଫିଲିଂ କରିବାକୁ ଏମ୍‌ଓୟୁରେ ସ୍ପଷ୍ଟ ଉଲ୍ଲେଖ ରହିଛି। ହେଲେ ବାଲି ବଦଳରେ ସେଠାରେ ମାଟି ପକାଯାଇ ସାନ୍ଧି ଦିଆଯାଉଛି। ଏହା ଧରାପଡ଼ିବ ବୋଲି ନିର୍ମାଣାଧୀନ ସଂସ୍ଥା ଗଣମାଧ୍ୟମକୁ ଭିତରକୁ ଛାଡୁ ନାହିଁ। ସେହିପରି ପିଲରରେ ଏଷ୍ଟିମେଟ ମୁତାବକ ରଡ଼ ଦିଆଯାଉନାହିଁ। ବାଲି, ସିମେଣ୍ଟ ମିଶ୍ରଣ କଥା ନ କହିବା ଭଲ ବୋଲି ସେଠାରେ କାମ କରୁଥିବା କେତେକ ଠିକା ସଂସ୍ଥାର ମିସ୍ତ୍ରିମାନେ କହିଛନ୍ତି ା ସେମାନଙ୍କ କହିବା ମୁତାବକ, ଏହାର ଭିଜିଲାନ୍ସ ତଦନ୍ତ ଆବଶ୍ୟକ ା ୫୦୦ କୋଟିରୁ ଆସି ୭୦୦ କୋଟି। ଏହା ପରେ ଆହୁରି କେତେ କୋଟି ଟଙ୍କା ନିର୍ମାଣ ବାବଦରେ ବଢ଼ିଛି, କିନ୍ତୁ ଏଠି ଲୁଟତରାଜ ଚାଲିଛି ବୋଲି କହିଛନ୍ତି ା
ଏହି ଘଟଣା ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅମିତ କୁମାର ଟୁଡୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ସେ ସ୍ପଷ୍ଟ ଭାବେ କହିଥିଲେ ଯେ, ସେଠାକୁ ଗଣମାଧ୍ୟମ ଯିବାରେ କୌଣସି ଅସୁବିଧା ନାହିଁ ା ଫଟୋଗ୍ରାଫି କି ଭିଡିଓ କରିବାରେ କୌଣସି ସମସ୍ୟା ନାହିଁ ା ଏହି କଥା ପରେ ନିର୍ମାଣାଧୀନ ସଂସ୍ଥା ସେଠାରେ ମାରିଥିବା ନୋ ଫଟୋଗ୍ରାଫି, ଭିଡିଓ ପୋଷ୍ଟକୁ ହଟାଇ ଦେଇଥିଲେ, ହେଲେ ଭିତରକୁ ଛାଡ଼ି ନ ଥିଲେ ା ଘଟଣା ସମ୍ପର୍କରେ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ପଚାରିବାରୁ ଗଣମାଧ୍ୟମ ଯିବାରେ କିଛି ଅସୁବିଧା ନାହିଁ ା କ’ଣ ହୋଇଛି ମୁଁ ନିର୍ବାହୀ ଯନ୍ତ୍ରୀ ଟୁଡୁଙ୍କୁ ପଚାରି କହିବି ବୋଲି ସେ କହିଛନ୍ତି।
କଥା ଉଠୁଛି, ପାଖାପାଖି ୧୦୦୦ କୋଟି ଯାଏ ମେଡିକାଲ କଲେଜ ନିର୍ମାଣ ବାବଦରେ ଅର୍ଥ ପର୍ଯ୍ୟାୟକ୍ରମେ ମଞ୍ଜୁର ହେଲାଣି ା ଏହା ଲୋକମାନଙ୍କ ଟଙ୍କାା ହେଲେ ନିର୍ମାଣାଧୀନ ସଂସ୍ଥା କାହିଁକି ଗଣମାଧ୍ୟମକୁ ଛାଡ଼ିବ ନାହିଁ ବୋଲି ବହୁ ସାମାଜିକ କର୍ମୀ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ୨୦୧୯ ଅକ୍ଟୋବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳ ଜିଲାରେ ୫୦୦ ଶଯ୍ୟା ଏବଂ ୧୦୦ ସିଟ୍‌ ବିଶିଷ୍ଟ ମେଡିକାଲ କଲେଜ ଖୋଲିବାକୁ ଘୋଷଣା କରିଥିଲେ। ୨୦୨୧ ଏପ୍ରିଲ ୨ରେ କନ୍ଧମାଳ ଜିଲା ଦିନିକିଆ ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ସେତେବେଳର ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ସମେତ ଏକ ୪ ଜଣିଆ ଟିମ୍‌ ଆସି ପ୍ରସ୍ତାବିତମେଡିକାଲ କଲେଜ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଦାରଖ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri