ମାନହାନି

ସୁପ୍ରିମକୋର୍ଟ ସେପ୍ଟେମ୍ବର ୨୨ରେ ଏକ ମାନହାନି ମାମଲାରେ ଅନ୍‌ଲାଇନ ନ୍ୟୁଜ୍‌ ପୋର୍ଟାଲ‘ ଦି ଓ୍ବାୟର’କୁ ଜାରି ଏକ ସମନ ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରିଥିଲେ। ଏହି ଖବର ପ୍ରସାରଣକାରୀ ଇଣ୍ଟରନେଟ୍‌ ପୋର୍ଟାଲ ଅଣଲାଭକାରୀ ସଙ୍ଗଠନ ‘ଫାଉଣ୍ଡେଶନ ଫର୍‌ ଇଣ୍ଡିପେଣ୍ଡେଣ୍ଟ ଜର୍ନାଲିଜମ୍‌’ ଦ୍ୱାରା ପରିଚାଳିତ। ଶୁଣାଣି ସମୟରେ ଜଷ୍ଟିସ୍‌ ଏମ୍‌ଏମ୍‌ ସୁନ୍ଦ୍ରେଶ ଓ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ମୌଖିକ ଟିପ୍ପଣୀ ଦେଇଛନ୍ତି ଯେ, ଏବେ ମାନହାନି ମାମଲାକୁ ଅପରାଧ ଆଇନରେ ତଉଲିବାର ଯଥାର୍ଥତା ନାହିଁ ବୋଲି ବୁଝିିବାର ସମୟ ଆସିଲାଣି। ଉଲ୍ଲେଖନୀୟ ଯେ, ଜବାହରଲାଲ ନେହେରୁ ବିଶ୍ୱଦ୍ୟାଳୟ(ଜେଏନ୍‌ୟୁ)ର ପୂର୍ବତନ ପ୍ରଫେସର ଅମିତା ସିଂ ଓ୍ବାୟର ବିରୋଧରେ ଆପରାଧିକ ମାନହାନି ମାମଲା ରୁଜୁ କରିବା ପରେ ଟ୍ରାଏଲ କୋର୍ଟ ତା’ ବିରୋଧରେ ସମନ ଜାରି କରିଥିଲେ। ୨୦୨୩ରେ ଦିଲ୍ଲୀ ହାଇକୋର୍ଟ ଏହାକୁ ରଦ୍ଦ କରିଥିଲେ। ପରେ ଅମିତା ସିଂ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ଟ୍ରଏଲ କୋର୍ଟରେ ବିଚାର ପାଇଁ ପଠାଇଥିଲେ। ଟ୍ରାଏଲ କୋର୍ଟ ପୁନର୍ବାର ସମନ ଜାରି କରିଥିଲେ ଓ ପରେ ହାଇକୋର୍ଟ ମଧ୍ୟ ଏହାକୁ କାଏମ ରଖିଥିଲେ। ପରେ ଏହା ବିରୋଧରେ ଶୀର୍ଷ କୋର୍ଟରେ ପୁନର୍ବାର ନ୍ୟୁଜ୍‌ ପୋର୍ଟାଲ ପକ୍ଷରୁ ଆବେଦନ କରାଯାଇଥିଲା। ତେବେ ଖଣ୍ଡପୀଠଙ୍କ ଟିପ୍ପଣୀରେ ନ୍ୟୁଜ୍‌ ପୋର୍ଟାଲ ପକ୍ଷରୁ କପିଲ ସିବଲ ମଧ୍ୟ ଏକମତ ହୋଇଛନ୍ତି ଏବଂ ଏଥିରେ ସଂସ୍କାର ଆସିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। ଭାରତୀୟ ନ୍ୟାୟସଂହିତାର ଧାରା ୩୫୬( ଆଇପିସି ଧାରା ୪୯୯) ଅନୁଯାୟୀ ଭାରତରେ ମାନହାନିକୁ ଆପରାଧିକ ଶ୍ରେଣୀଭୁକ୍ତ କରାଯାଇଛି। ଏଥିରେ ଅତିବେଶିରେ ୨ ବର୍ଷ କାରାଦଣ୍ଡ କିମ୍ବା ଜରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା ରହିଛି। ଏଠାରେ ମନେପକାଇ ଦିଆଯାଇପାରେ, ୨୦୧୯ ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ କହିଥିଲେ ‘ସବୁ ମୋଦି ସାଙ୍ଗିଆଧାରୀ ଚୋର’। ଏହାକୁ ନେଇ ସେ ଆପରାଧିକ ମାନହାନି ମାମଲାର ସମ୍ମୁଖୀନ ହେବା ପରେ ଗୁଜରାଟର ଏକ ଟ୍ରାଏଲ୍‌ କୋର୍ଟ ୨ ବର୍ଷ ଜେଲ ଦଣ୍ଡାଦେଶ ସହ ତାଙ୍କ ଏମ୍‌ପି ପଦବୀ ରଦ୍ଦ କରିଥିଲେ। ପରେ ୪ ଅଗଷ୍ଟ ୨୦୨୩ରେ ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିଥିଲେ। ତେବେ ଏବେ ‘ଦି ଓ୍ବାୟର ବିରୋଧରେ ଜାରି ସମନ ଉପରେ ସୁପ୍ରିମକୋର୍ଟ ଖଣ୍ଡପୀଠ ଯେଉଁ ମୌଖିକ ଟିପ୍ପଣୀ ଦେଇଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନହାନିକୁ ଅପରାଧମୁକ୍ତ କରିବା ପାଇଁ ଏକ ବାଟ ଦେଖାଇଛି।
ଦେଖାଯାଉଛି, ବିଶିଷ୍ଟ ବ୍ୟକ୍ତି, ସରକାରୀ କର୍ମଚାରୀ ଓ କର୍ପୋରେଟ୍‌ଗୁଡ଼ିକ ସେମାନଙ୍କ ବିରୋଧରେ କୌଣସି ସମାଲୋଚନା ବା ବିପକ୍ଷ ଖବର ଆସିଲେ ତାହାକୁ ଦବାଇଦେବା ପାଇଁ ମାନହାନି ଆଇନକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଏଥିରେ ବେଶି ଶିକାର ହେଉଛନ୍ତି ଗଣମାଧ୍ୟମ। ବିଶେଷକରି ଖବର ପ୍ରକାଶନ ସଂସ୍ଥାଗୁଡ଼ିକ ସେମାନଙ୍କ ଉତ୍ତରଦାୟିତ୍ୱ ବଜାୟ ରଖିବାକୁ ଚେଷ୍ଟା କରୁଥିବାବେଳେ ନ୍ୟାୟିକ ଚାପର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ ସେମାନଙ୍କ ସମ୍ମାନ ରକ୍ଷା ଏବଂ ଅନ୍ୟପଟେ ଅଭିବ୍ୟକ୍ତିର ସ୍ବାଧୀନତା ବା ଖୋଲା ମତ ଉପସ୍ଥାପନକୁ ନେଇ ବିତର୍କ ସୃଷ୍ଟି ହୋଇଛି। ମାନହାନି ମକଦ୍ଦମା ସାମ୍ବାଦିକ, ଚିତ୍ରକର, ଲେଖକଙ୍କ ସହ ସୃଜନଶୀଳ କାର୍ଯ୍ୟରେ ଜଡ଼ିତ ବ୍ୟକ୍ତିବିଶେଷଙ୍କ ମନରେ ଭୟ ସୃଷ୍ଟି କରୁଛି। ଫଳରେ ଶକ୍ତିଶାଳୀ ବ୍ୟକ୍ତି ବା ସଂସ୍ଥା ସେମାନଙ୍କ ବିରୋଧରେ ଅତି ସହଜରେ ମାନହାନି ମକଦ୍ଦମା କରିଦେଇପାରୁଛନ୍ତି। ସଦ୍ୟତମ ଉଦାହରଣ ହେଉଛି ଚଳିତ ମାସ ପ୍ରଥମ ସପ୍ତାହରେ ୟୁଟ୍ୟୁବର ଅଭିସାର ଶର୍ମା ଓ ବ୍ଲଗର ରାଜୁ ପାରୋଲେକରଙ୍କ ବିରୋଧରେ ଆଦାନୀ ଗ୍ରୁପ୍‌ ମାନହାନି ମକଦ୍ଦମା ଦାୟର କରିବା ପରେ ଗୁଜରାଟର ଏକ କୋର୍ଟ ସେମାନଙ୍କୁ ହାଜରହେବାକୁ ନୋଟିସ ଜାରି କରିଥିଲେ। ଏହି ଦୁଇଜଣଙ୍କୁ ସମନ କରିବା ବ୍ୟତୀତ କୋର୍ଟ ତରଫରୁ ଆଦାନୀ କମ୍ପାନୀ ବିରୋଧରେ କୌଣସି ଖବର ପ୍ରକାଶ ନ କରିବା ପାଇଁ ଆଦେଶ ଜାରି କରାଯାଇଥିଲା। ତାହାକୁ ଭିତ୍ତିକରି କେନ୍ଦ୍ର ସରକାର ବିଭିନ୍ନ ଖବର ପ୍ରସାରଣ ସଂସ୍ଥାକୁ ନୋଟିସ ପଠାଇ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ୧୩୮ଟି ଭିଡିଓ ଏବଂ ୮୩ଟି ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟକୁ ଉଠାଇନେବା ପାଇଁ କହିଲେ। ଉଲ୍ଲେଖଯୋଗ୍ୟ, ଏହିସବୁ ଖବର ପରଞ୍ଜୟ ଗୁହା ଠାକୁରତା ନାମକ ବିଶିଷ୍ଟ ଖବରଦାତାଙ୍କ ଦ୍ୱାରା ଆଦାନୀ କମ୍ପାନୀର କେତୋଟି ପ୍ରକାଶନକୁ ନେଇ ଉପୁଜିଥିଲା। ଏବେ ସୁପ୍ରିମକୋର୍ଟ ଦେଇଥିବା ମନ୍ତବ୍ୟକୁ ସରକାର କେଉଁ ଭାବରେ କାର୍ଯ୍ୟକାରୀ କରାଇବେ ତାହା ଦେଖିବାକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ବଜେଟକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ଏହା ଐତିହାସିକ ବଜେଟ୍

ଭୁବନେଶ୍ବର, ୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଆଜି ୨୦୨୬-୨୭ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ…

ଶେୟାର ବଜାରକୁ ପସନ୍ଦ ଆସିଲାନି ବଜେଟ୍, ନିବେଶକଙ୍କ ୧୧ ଲକ୍ଷ କୋଟି ଟଙ୍କା ବୁଡ଼ିଲା

ମୁମ୍ବାଇ,୧।୨: ବଜେଟ୍ ଉପସ୍ଥାପନା ପରେ ଶେୟାର ବଜାରରେ ବଡ଼ ଧରଣର ବିପର୍ଯ୍ୟୟ ଦେଖିବାକୁ ମିଳିଛି। ବଜେଟକୁ ନେଇ ନିବେଶକଙ୍କ ମଧ୍ୟରେ ହତାଶା ଏବଂ କେତେକ ଟିକସ ନିୟମରେ…

ବଜେଟକୁ ନେଇ ଭାଜପା ଉପରେ ବର୍ଷିଲେ ଅଖିଳେଶ, ଜନତାଙ୍କୁ ସ୍ବପ୍ନ ଦେଖାଇଲା…

ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାର ୨୦୨୬ ବଜେଟ୍ ଉପସ୍ଥାପନ କରିବା ପରେ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ବଜେଟ୍ ଏବଂ…

ବଜେଟକୁ କଟାକ୍ଷ କଲେ ମମତା: କହିଲେ ‘ହମ୍ପଟି ଡମ୍ପଟି’ ବଜେଟ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬ ବଜେଟ ଉପସ୍ଥାପିତ କରିଛନ୍ତି। ବଜେଟକୁ ନେଇ ନିରାଶା ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ନିର୍ମଳାଙ୍କ ବଜେଟ୍‌ ଉପସ୍ଥାପନ ପରେ ଅମିତ ଶାହାଙ୍କ ପ୍ରତିକ୍ରିୟା, କହିଲେ ୨୦୪୭ ସୁଦ୍ଧା ହେବ…

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ଲଗାତର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ବଜେଟ୍‌ ସମୟରେ ଅନେକ ବଡ଼ ଘୋଷଣା…

ଦେଶ ଉପରେ କେତେ ଋଣ, କେଉଁଠି ଖର୍ଚ୍ଚ ହେବ ଆପଣଙ୍କ ଟଙ୍କା? ଜାଣନ୍ତୁ ଚଳିତବର୍ଷର ବଜେଟ୍‌ ସାଇଜ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଶର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବର୍ଷ, ସରକାର ଅଭିବୃଦ୍ଧିର ଗତି ବଜାୟ…

‘କେରଳକୁ ନେଇ କିଛି କହିଲେ ନାହିଁ ଅର୍ଥମନ୍ତ୍ରୀ’, କାହିଁକି ନିର୍ମଳାଙ୍କୁ ଏମିତି କହିଲେ ଶଶି ଥରୁର? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧।୨: ଶଶି ଥରୁର, ବଜେଟ 2026 ଉପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ଯେ ବହୁତ କମ ବିବରଣୀ ଉପଲବ୍ଧ ଥିଲା। ସେ କହିଥିଲେ ଯେ ୩-୪ଟି…

ମହିଳାଙ୍କ ପାଇଁ ପେଡ଼ି ଖୋଲିଦେଲେ ନିର୍ମଳା, ଗର୍ଲସ ହଷ୍ଟେଲଠାରୁ ଲକ୍ଷପତି ଦିଦି ସମସ୍ତେ ହେବେ ଖୁସି

ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର ସଂସଦରେ 2026-27 ପାଇଁ ବଜେଟ ଉପସ୍ଥାପନ କରିଛନ୍ତି। ସବୁଥର ପରି, ଅର୍ଥମନ୍ତ୍ରୀଙ୍କ ବଜେଟରେ ମହିଳାମାନଙ୍କ ପାଇଁ କିଛି ସ୍ବତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri