ଶିକାରୀଙ୍କ ଫାଶରୁ ଖସିଆସିଲା ହରିଣ, ଗୋଡ଼ରେ ରହିଛି କ୍ଷତଚିହ୍ନ

ମହାକାଳପଡ଼ା,୨୦ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସଂରକ୍ଷିତ ଜଙ୍ଗଲରେ ବହୁ ପରିମାଣରେ ହରିଣ ବାର୍‌ହା ଓ ଅନ୍ୟାନ୍ୟ ଜୀବଜନ୍ତୁ ବସବାସ କରନ୍ତି। ମାତ୍ର କେତେକ ଅଭ୍ୟାସଗତ ଶିକାରୀ ଫାଶ ବସାଇ ହରିଣ ଶିକାର କରିଥିଲେ। ହରିଣଟି ଫାଶରେ ପଡ଼ି କୌଣସି ମତେ ଖସି ନିଜ ଜୀବନ ବଞ୍ଚାଇବା ପାଇଁ ଜନବସତି ଅଞ୍ଚଳକୁ ଖସି ଆସିଥିଲା। ସ୍ଥାନୀୟ ଲୋକମାନେ ଏହି ଆହତ ହରିଣକୁ ଉଦ୍ଧାର କରି ସ୍ଥାନୀୟ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ଚିକିତ୍ସା କରୁଛନ୍ତି ବୋଲି କହିଛନ୍ତି ସ୍ଥାନୀୟ ଲୋକମାନେ। ଏହି ଆହତ ହରିଣ ଗୋଡ଼ରେ ମାରଣାସ୍ତ୍ରରେ ଆଘାତ ଲାଗିଥିବା ସାଧାରଣରେ ଆଲୋଚନା ହେଉଛି। ଅଧିକ ଚିକିତ୍ସା କରାଯିବ ବୋଲି ଡିଏଫ୍‌ଓ କହିଛନ୍ତି। ତେବେ ତୁରନ୍ତ ଚିକିତ୍ସା ପରେ ସୁସ୍ଥ ହେଲା ପରେ ନିକଟ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ବିଭାଗୀୟ ସୁତ୍ରରୁ ପ୍ରକାଶ।

Dharitri – Odisha’s No.1 Odia Daily