ନାସ୍‌ଡାକ୍‌ ବଜାର ମୂଲ୍ୟ ୧ ଟ୍ରିଲିୟନ ଡଲାର ହ୍ରାସ

ଓ୍ବାଶିଂଟନ,୨୯।୧: ଚାଇନାର ଷ୍ଟାର୍ଟଅପ୍‌ କମ୍ପାନୀ ଡିପ୍‌ସିକ୍‌ ଏକ ଗେମ୍‌ ଚେଞ୍ଜିଙ୍ଗ୍‌ ଏଆଇ ମଡେଲ୍‌ ଉନ୍ମୋଚନ କରିଛି। କମ୍ପାନୀର ଏହି ସ୍ବଳ୍ପ ମୂଲ୍ୟ ଏବଂ ଉଚ୍ଚ ପ୍ରଦର୍ଶନକାରୀ ଟେକ୍‌ନୋଲୋଜି ଓ୍ବାଲ୍‌ଷ୍ଟ୍ରିଟ୍‌ରେ ଆତଙ୍କ ଖେଳାଇଛି। ମଙ୍ଗଳବାର ଗୋଟିଏ ଦିନରେ ଆମେରିକୀୟ ଷ୍ଟକ୍‌ ଏକ୍ସଚେଞ୍ଜ ନାସ୍‌ଡାକ୍‌ର ବଜାର ମୂଲ୍ୟ ୧ ଟ୍ରିଲିୟନ ଡଲାର ହ୍ରାସ ପାଇଛି। ଏଆଇରେ ରହିଆସିଥିବା ଆମେରିକା ଆଧିପତ୍ୟର ସ୍ଥାୟିତ୍ୱକୁ ନେଇ ଆଶଙ୍କା ପ୍ରକାଶ ପାଇଛି।
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭିତ୍ତିଭୂମିର କେନ୍ଦ୍ର ବିବେଚନା କରାଯାଉଥିବା ଆମେରିକୀୟ ଚିପ୍‌ ନିର୍ମାତା ଏନ୍‌ଭିଡିଆକୁ ସବୁଠୁ ବଡ଼ ଝଟ୍‌କା ଲାଗିଛି। ଗୋଟିଏ ଦିନରେ ଏହି କମ୍ପାନୀର ଶେୟାର ମୂଲ୍ୟ ୧୭ ପ୍ରତିଶତ ହ୍ରାସ ପାଇବାରୁ ଏହା ପାଖାପାଖି ୬୦୦ ବିଲିୟନ ଡଲାର ହରାଇଛି, ଯାହା କି ଷ୍ଟକ୍‌ମାର୍କେଟ ଇତିହାସରେ ଗୋଟିଏ ଦିନରେ ସର୍ବାଧିକ ବଜାର ମୂଲ୍ୟ ହ୍ରାସ। ନାସ୍‌ଡାକ୍‌ କମ୍ପୋଜିଟ୍‌ ୩.୧ ପ୍ରତିଶତ ହ୍ରାସ ପାଇଥିବାବେଳେ ଗୁଗଲର ମୂଳ କମ୍ପାନୀ ଆଲ୍‌ଫାବେଟ୍‌ ୧୦୦ ବିଲିୟନ ଡଲାର ଏବଂ ମାଇକ୍ରୋସଫ୍ଟ ୭ ବିଲିୟନ ଡଲାର ହରାଇଛି। ଏଆଇ ଆଧିପତ୍ୟ ପାଇଁ ଆମେରିକା ଏବଂ ଚାଇନା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତାର ଏକ ନିର୍ଣ୍ଣାୟକ ମୁହୂର୍ତ୍ତ ବୋଲି କୁହାଯାଉଛି।
ଚାଇନାର ଡିପ୍‌ସିକ୍‌ ଗତ ସପ୍ତାହରେ ମାଗଣା ଏଆଇ ଆସିଷ୍ଟାଣ୍ଟ ଲଞ୍ଚ୍‌ କରିଥିଲା। ବର୍ତ୍ତମାନ ଉପଲବ୍ଧ ସେବା ମୂଲ୍ୟର ତୁଳନାରେ ଡିପ୍‌ସିକ୍‌ର ଏହି ସେବା ଯଥେଷ୍ଟ କମ୍‌ ମୂଲ୍ୟରେ ମିଳିବା ସହ ଖୁବ୍‌ କମ୍‌ ଡେଟା ବ୍ୟବହାର ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଥିଲା, ଯାହାକି ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। ଏପରିକି ଓପନ୍‌ଏଆଇ ସିଇଓ ସାମ୍‌ ଅଲ୍‌ଟମାନ୍‌ ମଧ୍ୟ ଡିପ୍‌ସିକ୍‌ର ପ୍ରଶଂସା କରିଛନ୍ତି। ଏହା ଏକ ପ୍ରଭାବଶାଳୀ ମଡେଲ ବୋଲି ଅଲ୍ଟମାନ୍‌ କହିଥିବାବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହାକୁ ସେଠାର ଶିଳ୍ପସଂସ୍ଥାଗୁଡ଼ିକ ପାଇଁ ଜାଗରଣର ଏକ ଆହ୍ବାନ ବୋଲି କହିଛନ୍ତି। ନୂଆ ପ୍ରତିଦ୍ୱନ୍ଦ୍ୱୀ ଆସିଥିବାରୁ ଆମକୁ ନିଶ୍ଚିତ ଭାବେ ଏହାଠାରୁ ଉନ୍ନତ ମଡେଲ ଆଣିବାକୁ ହେବ ବୋଲି ଚାଟ୍‌ଜିପିଟି ପଛରେ ଥିବା ଏଆଇ ସଂସ୍ଥାର ମୁଖ୍ୟ ଅଲ୍ଟମାନ୍‌ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି।
ଡିପ୍‌ସିକ୍‌ର ଏଆଇ ଆସିଷ୍ଟାଣ୍ଟ ଲଞ୍ଚ ହେବା ପରେ ଏହି ଫ୍ରି ଆପ୍‌ ସୋମବାର ଆପଲ୍‌ ଆଇଫୋନ୍‌ ଷ୍ଟୋରରେ ସର୍ବାଧିକ ଡାଉନ୍‌ଲୋଡ ହୋଇଛି। ଏଆଇ ଟେକ୍ନୋଲୋଜି ବିକାଶରେ ଆମେରିକା ଏବଂ ଚାଇନା ମଧ୍ୟରେ ଅର୍ଥନୈତିକ ଏବଂ ଭୂରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ବିତର୍କ ଜୋର୍‌ଦାର ହୋଇଛି। ଆମେରିକୀୟ ଏଆଇ ଅଧିକ ବ୍ୟୟସାପେକ୍ଷ ହୋଇଥିବାବେଳେ ଚାଇନାର ଏହି ସେବା କମ୍‌ ମୂଲ୍ୟରେ ଉପଲବ୍ଧ ହେବାକୁ ଯାଉଛି। ଏହା ଆମେରିକୀୟ ପ୍ରଯୁକ୍ତି କମ୍ପାନୀଗୁଡ଼ିକୁ ଚିନ୍ତାରେ ପକାଇଛି। ଏଆଇକୁ ଅଧିକ ଆଧୁନିକ କରିବା ଦିଗରେ ସେମାନେ ବ୍ୟାପକ ପୁଞ୍ଜିନିବେଶ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀଙ୍କ ଯୋଜନା ପଣ୍ଡ: ବିଏସଏଫ ପକ୍ଷରୁ କୋମ୍ବିଂ ଅପରେଶନ ବେଳେ ବିପୁଳ ମାଓ ସାମଗ୍ରୀ ଜବତ

ବାଲିଗୁଡା,୧୦।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ସ୍ଥିତ ୧୩୬ ବିଏସଏଫ ଯବାନମାନେ କୋମ୍ବିଂ ଅପରେଶନ କରୁଥିବା ବେଳେ ଏକ ବଡ଼ଧରଣର ମାଓ ହମଲା ଉଦ୍ୟମକୁ...

‘ସୁନ୍ଦର ମୁହଁ’, ‘ମେସିନ୍ ଗନ୍ ପରି ଓଠ”, ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣି ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ତାଙ୍କର ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟେରୀ କାରୋଲିନ୍ ଲେଭିଟ୍‌ଙ୍କୁ ତାଙ୍କର “ସୁନ୍ଦର ମୁହଁ” ଏବଂ “ଓଠ”କୁ ନେଇ...

ପ୍ରଶାସନର ଦାଦନ ମୁକ୍ତ ନେଇ…

ନୂଆପଡ଼ା,୧୦ା୧୨ (ମକାରୁ ବେମାଲ): ବଲାଙ୍ଗୀର ଜିଲା ତୁରେକେଲା ଥାନା ମହୁଲବାହାଳି ରେଳଲାଇନ୍‌ରୁ ସୋମବାର ନୂଆପଡ଼ା ଜିଲା ଲଖନା ଗାଁର ଦାଦନ ଶ୍ରମିକ ବାଞ୍ଛାନିଧି କୈବର୍ତ୍ତଙ୍କ ମୃତଦେହ...

କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଲେ ମୋକିମ, କହିଲେ ୩ ବର୍ଷ ଅପେକ୍ଷା କରି ରାହୁଲଙ୍କୁ…

ଭୁବନେଶ୍ୱର,୧୦।୧୨: କଂଗ୍ରେସ ହାଇକମାଣ୍ଡଙ୍କ କାର୍ଯ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ମହମ୍ମଦ ମୋକିମ। ମୋକିମ କହିଛନ୍ତି, କଂଗ୍ରେସକୁ ମଜଭୂତ ପାଇଁ କେନ୍ଦ୍ରୀୟ ନେତୃତ୍ୱ କାର୍ଯ୍ୟ କରୁ...

ଅଧ୍ୟାପିକାଙ୍କୁ ଅଧ୍ୟକ୍ଷଙ୍କ ପ୍ରେମ ନିବେଦନ: ମେସେଜ୍‌ କରି କହିଲେ ଯଦି ତୁମେ…

ବୋଲଗଡ଼,୧୦ା୧୨(ଦେବବ୍ରତ ହୋତା): ଖୋର୍ଦ୍ଧା ଜିଲା ବୋଲଗଡ଼ସ୍ଥିତ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ୍ତ କୁମାର ଦାସ ଜଣେ ନବନିଯୁକ୍ତ ଅଧ୍ୟାପିକାଙ୍କ ମୋବାଇଲ ନମ୍ବରକୁ ମେସେଜରେ ପ୍ରେମ ନିବେଦନ...

ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଝାରସୁଗୁଡା, ୧୦।୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା ବାଗଡ଼ିହି ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଜି ପାନପାଲି ଗ୍ରାମ ପଞ୍ଚାୟତ ପିତାମାଲ ଗ୍ରାମର ହୀରା ବୁଡା...

୨୦୨୬ରେ ୧୨ମାସ ନୁହେଁ ପଡିବ ୧୩ମାସ, ଘଟିବ ଅଦ୍ଭୁତ ଜିନିଷ…

୨୦୨୬ ବର୍ଷ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଆଗାମୀ ବର୍ଷ ବହୁତ ସ୍ବତନ୍ତ୍ର ହେବାକୁ ଯାଉଛି, କାରଣ ୨୦୨୬ ରେ ୧୨...

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ, ୨୦୨୬ ମାର୍ଚ୍ଚରୁ ଆରମ୍ଭ ହେବ ତାଣ୍ଡବ! ଡିସେମ୍ୱରରେ…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀରେ କୋଭିଡ-୧୯ ମହାମାରୀ, ୯/୧୧ ଆକ୍ରମଣ ଏବଂ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଭଳି ଘଟଣା ଅନ୍ତର୍ଭୁକ୍ତ। ତାଙ୍କର କିଛି ଭବିଷ୍ୟବାଣୀ ୨୦୨୬ ବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri