Posted inଜାତୀୟ

ପାଞ୍ଚ ଲକ୍ଷ ୫୧ ହଜାର ଦୀପରେ ଝଲସିବ ଅଯୋଧ୍ୟା

ଲକ୍ଷ୍ନୌ,୧୩ ।୧୧: ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସମସ୍ତେ ପ୍ରସ୍ତୁତ ହୋଇ ସାରିଲେଣି । ମର୍ଯ୍ୟାଦା ପୁରୁଷ ରାମଙ୍କ ଜନ୍ମଭୂମୀ ଅଯୋଧ୍ୟାରେ ଦୀପ ଜାଳି ଏହି ପର୍ବକୁ ପାଳନ କରାଯିବା ଲାଗି ପ୍ରସ୍ତୁତି ପ୍ରାୟ ଚୁଡାନ୍ତ ପର୍ଯ୍ୟାୟରେ । ଶୁକ୍ରବାର ଏଠାରେ ପାଖାପାଖି ୫ ଲକ୍ଷ ୫୧ ହଜାର ଦୀପ ଜଳାଇ ଦୀପାବଳି ପାଳନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥର ବି ନିଜ ନାଁରେ ଥିବା ବିଶ୍ୱ ରେକର୍ଡକୁ ଭାଙ୍ଗିବ ଅଯୋଧ୍ୟା । ସରଜୁ ନଦୀ କୂଳରେ ଆୟୋଜିତ ହେବାକୁ ଥିବା ଆଳତିକୁ ନେଇ ଉତ୍ସାହିତ ଅଛନ୍ତି ଅଯୋଧ୍ୟାବାସୀ । ଏଥିରେ ସାମିଲ ହେବାକୁ ବାହାର ରାଜ୍ୟରୁ ମଧ୍ୟ ଲୋକେ ପହଞ୍ଚିଛନ୍ତି ଆଉ ଦୀପାବଳି ପାଇଁ ଅଯୋଧ୍ୟ ନଗରୀ ନୂଆ ବୋହୂ ଭଳି ସଜେଇ ହୋଇ ସାରିଲାଣି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମ୍ ଲୋକେ ଏଥିରେ ସାମିଲ ହେବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲେ ବି ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏଥିପାଇଁ ଅପରାହ୍ନ ପ୍ରାୟ ୩ଟାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ପହଞ୍ଚିବେ । ୩ଟା ୧୦ରେ ରାମ ଲଲାଙ୍କ ଦର୍ଶନ କରି ଦୀପ ପ୍ରଜ୍ୱଳନ କରିବାର କାର୍ଯ୍ୟକମ ରହିଛି । ତେବେ ରାମଜନ୍ମଭୂମୀ ନିକଟରେ ମଧ୍ୟ ୧୧ ହଜାର ଦୀପ ଜଳିବାର ଯୋଜନା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ୟ ଗ୍ରହଣର ନଗଣ୍ୟ ସ୍ଥିତି

ନୂଆଦିଲ୍ଲୀ,୧୬।୪: ଭାରତରେ ୩ କୋଟିରୁ ଊର୍ଦ୍ଧ୍ୱ ଅନାଥ ଥିଲେ ହେଁ ବର୍ଷକୁ ୪,୦୦୦ରୁ କମ୍‌ ଶିଶୁଙ୍କୁ ପୋଷ୍ୟ ଭାବେ ଗ୍ରହଣ କରାଯାଉଛି। ପୋଷ୍ୟ ଗ୍ରହଣ ପ୍ରକ୍ରିୟା...

ତେଲେଙ୍ଗାନା ଭାରତର ଆଫଗାନିସ୍ତାନ:ଓ୍ବାଏସ୍‌ ଶର୍ମିଳା

ହାଇଦ୍ରାବାଦ୍‌,୧୯।୨: ତେଲେଙ୍ଗାନାର ଓ୍ବାଇଏସ୍‌ଆରଟିପି ମୁଖ୍ୟ ଓ୍ବାଏସ୍‌ ଶର୍ମିଲାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ନାଁରେ ମହାବୁବାବାଦ ବିଧାୟକ ବନୋଠ ଶଙ୍କର ନାୟକଙ୍କ ବିରୋଧରେ...

କଂଗ୍ରେସ ଅଟକାଇଥିଲା ଅଯୋଧ୍ୟା ରାୟ

ମାନିକା/ଲୋହାରଡ଼ାଗା,୨୨-୧୧(ପି.ଟି.):କଂଗ୍ରେସ ଅଯୋଧ୍ୟା ରାୟକୁ ସୁପ୍ରିମକୋର୍ଟରେ ଅଟକାଇଥିଲା ଓ ଜମ୍ମୁ-କଶ୍ମୀର ପ୍ରସଙ୍ଗକୁ ଝୁଲାଇ ରଖିଥିଲା ବୋଲି ଗୁରୁବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ ସମାଲୋଚନା କରିଛନ୍ତି।...

ଆମ କୃଷକଙ୍କ ଦାବି ପୂରଣ କର : ଦିଲଜୀତ

ନୂଆଦିଲ୍ଲୀ,୫।୧୨: କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କ ସପକ୍ଷରେ ବାହାରିଛନ୍ତି ପଞ୍ଜାବୀ ସିଙ୍ଗର ଓ ଆକ୍ଟର ଦିଲଜୀତ ଦୋସାଞ୍ଜ। ସେ ଶନିବାର ଦିଲ୍ଲୀ-ହରିୟାଣା ସୀମା (ସିଙ୍ଘୁ...

ନାଁ ନୀରଜ ହୋଇଥିଲେ ମିଳିବ ମାଗଣା ପେଟ୍ରୋଲ

ନୂଆଦିଲ୍ଲୀ, ୧୦।୮: ଫିଲ୍ଡ ଓ ଆଥ୍‌ଲେଟିକ୍ସରେ ଭାରତ ପାଇଁ ପ୍ରଥମ ଅଲିମ୍ପିକ୍‌ ପଦକ ଜିତିଥିବା ନୀରଜ ଚୋପ୍ରା ରାତାରାତି ସେନସେଶନ ପାଲଟି ଯାଇଛନ୍ତି। ହରିୟାଣାର ୨୩...

ଶିନ୍ଦେ ସରକାର ଗୋଟିଏ ମାସରେ ଜାରି କରିଛନ୍ତି ୭୫୧ ନିର୍ଦ୍ଦେଶ…

ମୁମ୍ବାଇ, ୩।୮ : ଜୁନ ୩୦ ରେ ଏକନାଥ ଶିନ୍ଦେ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଗତ ଏକମାସ ମଧ୍ୟରେ ମହାରାଷ୍ଟ୍ର ସରକାର ୭୫୧ ଟି ସରକାରୀ...

ପଶ୍ଚିମବଙ୍ଗରେ ପାଳନ କରାଯିବ ‘ଖେଲୋ ହୋବେ ଦିବସ’

କୋଲକାତା,୬ ।୭: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତରେ ବିଜୟ ଲାଭ କରି ତୃତୀୟ ଥର ଲାଗି ଶାସନ ଭାର ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ଏୟାର ଫୋର୍ସ ଡେ ରେ ୮୦ ବିମାନ କରିବେ ଚିତାକର୍ଷକ ପ୍ରଦର୍ଶନ…

ନୂଆଦିଲ୍ଲୀ,୫।୧୦ : ଅକ୍ଟୋବର ୮ରେ ଏୟାର ଫୋର୍ସ ଡେରେ ବାୟୁସେନା ପକ୍ଷରୁ ସ୍ବତନ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ୮୦ ବିମାନ ଦ୍ୱାରା ଚିତାକର୍ଷକ ପ୍ରଦର୍ଶନ...

Advertisement
Archives

Model This Week