Categories: ଜାତୀୟ

୧୫ ଲକ୍ଷ ୭୬ ହଜାର ଦୀପରେ ଆଲୋକିତ ହେଲା ଆଯୋଧ୍ୟା

ଅଯୋଧ୍ୟା,୨୩।୧୦: ଅଯୋଧ୍ୟାରେ ଐତିହାସିକ ଦୀପୋତ୍ସବ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀପୋତ୍ସବ ଉଦ୍‌ଘାଟନ କରିଥିଲେ। ୧୫ ଲକ୍ଷ ୭୬ ହଜାର ୯୯୫ ଦୀପ ଜଳିବା ମାତ୍ରେ ରାମଙ୍କ ସହର ସମ୍ପୂର୍ଣ୍ଣ ଆଲୋକିତ ହୋଇ ଉଠିଥିଲା। ଏହା ଏକ ବିଶ୍ୱ ରେକର୍ଡ ବୋଲି କୁହାଯାଉଛି। ଗିନିଜ ବୁକ ଅଫ ୱାଲର୍‌ଡ ରେକର୍ଡ ଅଧିକାରୀମାନେ ଏହାର ପ୍ରମାଣପତ୍ର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଦାନ କରିଛନ୍ତି।
ଅଯୋଧ୍ୟା ଗତ କିଛି ଦିନ ଧରି ଦୀପୋତ୍ସବ ପାଇଁ ସଜାଯାଇଥିଲା। ସହରର ୫୧ ଫାଟକକୁ ଏକ ବଡ଼ ଲୁକ ଦିଆଯାଇଥିଲା। ହଜାର ହଜାର ସ୍ବେଚ୍ଛାସେବୀ ଦୀପ ଲଗାଇଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ହଜାର ହଜାର ଲୋକ ଅକ୍ଲାନ୍ତ ପରିଶ୍ରମ କରିଥିଲେ।
ଦୀପୋତ୍ସବ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଥର ପାଇଁ ଉପସ୍ଥିତ ଥିଲେ। ଦୀପୋତ୍ସଭ ଆରମ୍ଭ କରିବା ପୂର୍ବରୁ ସେ ରାମଲାଲାଙ୍କ ଦର୍ଶନ କରିଥିଲେ ଏବଂ ରାମ ମନ୍ଦିର ନିର୍ମାଣର ଅଗ୍ରଗତି ବିଷୟରେ ପଚାରି ବୁଝିଥିଲେ।

Share