ଦୀପିକାଙ୍କ ଟାଟୁ ନେଇ ପଚରା ଯାଇଥିଲା ଏପରି ପ୍ରଶ୍ନ, ରାଗିଯାଇ ରଣବୀର କହିଲେ…

ଏକଦା ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର କପୁରଙ୍କ ଯୋଡିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଫିଲ୍ମ ‘ବଚ୍ଚନା ଏ ହାସିନୋ’ର ଶୁଟିଂ ପରେ ଦୁହେଁ ନିକଟତର ହୋଇଥିଲେ। ପରେ ଏହି ବନ୍ଧୁତା ପ୍ରେମ ସମ୍ପର୍କକୁ ବଦଳି ଯାଇଥିଲା। ଏହି ସମୟରେ ଦୀପିକା ରଣବୀରଙ୍କ ନାମରେ ଏକ ଟାଟୁ କରିଥିଲେ । ଯେଉଁଥିରେ ଲେଖାଯାଇଥିଲା ଆର.କେ। ଏହାକୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚା ହୋଇଥିଲା।
୨୦୧୩ ‘ୟେ ଜୱାନୀ ହୈ ଦିୱାନୀ’ ଫିଲ୍ମର ପ୍ରମୋଶନ ପାଇଁ ଉଭୟ ଏକ ଖବରଦାତା ସମ୍ମିଳନୀରେ ନଜର ଆସିଥିଲେ। ଏଥିରେ ଉଭୟଙ୍କ ଯୋଡିକୁ ନେଇ ପ୍ରଶ୍ନ କରାଯାଇଥିଲା। ଜଣେ ଖବରଦାତା ଏପରି କିଛି ପଚାରିଥିଲେ ଯାହା ଶୁଣିବା ପରେ ରଣବୀର ଖୁବ୍‌ ରାଗି ଯାଇଥିଲେ। ପ୍ରଶ୍ନ ଥିଲା, ଫିଲ୍ମ ପ୍ରମୋଶନ ପାଇଁ ବର୍ତ୍ତମାନ ଲୋକ କିଛି ନା କିଛି କରୁଛନ୍ତି । କ’ଣ ଦୀପିକା ପୁଣି ଥରେ ପ୍ରମୋଶନ ପାଇଁ ଟାଟୁ କରିବେ କି ? ପୂର୍ବରେ ଯେମିତି ଟାଟୁ କରିଥିଲେ। ଦୀପିକା ଏହି ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ରଣବୀର କହିଥିଲେ କି, ‘ଏହା ଏକ ଆଶ୍ଚର୍ଯ୍ୟଜନକ ସହ ଲଜ୍ଜାଜନକ ପ୍ରଶ୍ନ। ଦୀପିକା କୌଣସି ଫିଲ୍ମର ପ୍ରମୋଶନ ପାଇଁ ଟାଟୁ କରିନାହାଁନ୍ତି, ଆମର କିଛି ବ୍ୟକ୍ତିଗତ ଜୀବନ ମଧ୍ୟ ଅଛି ।

Share