‘ଫାଇଟର’ ରିଲିଜ ପରେ ସାମ୍ନାକୁ ଆସିଲା ଦୀପିକାଙ୍କ ଲାଟେଷ୍ଟ ଫଟୋ

ମୁମ୍ବାଇ: ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ଦୀପିକା ପାଦୁକୋନଙ୍କର କୌଣସି ଅଲଗା ପରିଚୟ ଦରକାର ନାହିଁ। ଦୀପିକା ତାଙ୍କ ଚମତ୍କାର ଅଭିନୟ ଏବଂ ସୌନ୍ଦର୍ଯ୍ୟ ମାଧ୍ୟମରେ ପ୍ରଶଂସକଙ୍କ ହୃଦୟକୁ ଜିଣିଛନ୍ତି।

ବର୍ତ୍ତମାନ ଅଭିନେତ୍ରୀ ଫିଲ୍ମ ‘ଫାଇଟର’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟରେ ‘ଫାଇଟର୍‌’ ରିଲିଜ ହେବା ପରେ ସୋସିଆଲ ମିଡିଆରେ ଦୀପିକା ପାଦୁକୋନଙ୍କ କିଛି ନୂଆ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଦୀପିକା ତାଙ୍କ କିଲର ଲୁକ୍‌ ସହିତ ହଇଚଇ ସୃଷ୍ଟି କରିଛନ୍ତି।

ବୁଧବାର ଦୀପିକା ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲରେ ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ ଦୀପିକାଙ୍କୁ ଏକ ବସ୍‌ ଲୁକ୍‌ରେ ଦେଖାଯାଏ। ସେ ଏକ କଳା ରଙ୍ଗର କର୍ପୋରେଟ ପୋଷାକରେ ବହୁତ ଚମତ୍କାର ଦେଖାଯାଉଛନ୍ତି।

ଦୀପିକାଙ୍କ ଏହି କିଲର ଲୁକ୍‌ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ପ୍ରଶଂସକମାନେ ଏହି ଫଟୋକୁ ଅଧିକ ପସନ୍ଦ କରୁଛନ୍ତି ଏବଂ ମନ୍ତବ୍ୟ ଦେଉଛନ୍ତି।

Share