Categories: ଜାତୀୟ

‘ପ୍ରୋଜେକ୍ଟ କେ’ରେ ଦୀପିକାଙ୍କ ପ୍ରଥମ ଲୁକ୍‌ ଭାଇରାଲ

ବହୁ ପ୍ରତୀକ୍ଷିତ ଫିଲ୍ମ ‘ପ୍ରୋଜେକ୍ଟ କେ’ରେ ଦୀପିକା ପାଦ୍ୟୁକୋନଙ୍କ ପ୍ରଥମ ଲୁକ୍‌ ଭାଇରାଲ ହୋଇଛି। ବୈଜୟନ୍ତୀ ମୁଭିଜ୍‌ର ଅଫିସିଆଲ ଇନଷ୍ଟାଗ୍ରାମରେ ଫିଲ୍ମରେ ଦୀପିକାଙ୍କ ଲୁକ୍‌ ମୁକ୍ତିଲାଭ କରିଛି। ଦୀପିକାଙ୍କୁ ଫଟୋରେ ରାଗ ମୁଡ୍‌ରେ ଦେଖାଯାଇଛି। ସେ କିଛି ଦେଖୁଥିବାର ନଜର ଆସିଛନ୍ତି। ଏହି ଫିଲ୍ମରେ ଦୀପିକା, ପ୍ରଭାସଙ୍କ ବ୍ୟତୀତ ଅମିତାଭ ବଚ୍ଚନ, କମଲ ହାସନ ଏବଂ ଦିଶା ପଟାନି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି।
‘ପ୍ରୋଜେକ୍ଟ କେ’ ପ୍ରଥମ ଭାରତୀୟ ଫିଲ୍ମ ଭାବେ ସାନ ଡିଏଗୋ କମିକ-କନ (ଏସ୍‌ଡିସିସି) ୨୦୨୩ରେ ପ୍ରଦର୍ଶିତ ହେବ। ଏହାପୂର୍ବରୁ ଟାଇମ୍ସ ସ୍କୋୟାରରେ ‘ପ୍ରୋଜେକ୍ଟ କେ’ର ଏକ ବିଲବୋର୍ଡ ଦେଖାଯାଇଥିଲା। ଏଥିରେ ଲେଖାଥିଲା ଜୁଲାଇ ୨୦ରେ ନ୍ୟୁୟର୍କ ସିଟିରେ ପ୍ରଥମ ଦେଖ। ନାଗ ଅଶ୍ୱିନ, କମଲ ହାସନ, ପ୍ରଭାସ ଏବଂ ଦୀପିକା ପାଦୁକୋନଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

Share