ଟୁଇଟରରେ ଟ୍ରେଣ୍ଡ ହେଲା ହାସଟ୍ୟାଗ ଦୀପିକା ପାଦୁକୋନ

ମୁମ୍ବାଇ: ବଲିଉଡ୍ ବାଦଶାହା ଶାହାରୁଖ ଖାଁଙ୍କ ହିରୋଇନ୍ ଦୀପିକା ପାଦୁକୋନ ଫିଲ୍ମ ‘ଓମ ଶାନ୍ତି ଓମ’ରୁ ବଲିଉଡ ଡେବ୍ୟୁ କରିଥିଲେ । ୯ ନଭେମ୍ବର ୨୦୦୭ରେ ଏହି ଫିଲ୍ମ ଲଞ୍ଚ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଜୁନ ରାମପାଲ, ଶ୍ରେୟସ ତଲପଡେ ଓ କିରଣ ଖେର ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏବେ ଦୀପିକାଙ୍କ ବଲିଉଡ୍ ଏଣ୍ଟ୍ରିକୁ ୧୪ ବର୍ଷ ପୂରଣ ହୋଇଛି । ଏହାକୁ ନେଇ ତାଙ୍କ ପ୍ରଶଂସକମାନେ ଭିନ୍ନ ଅନ୍ଦାଜରେ ଦୀପିକାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦୀପିକାଙ୍କ ଡେବ୍ୟୁ ଫିଲ୍ମ ସୁପର ଡୁପର ହିଟ୍ ହୋଇଥିବା ବେଳେ ଫରହା ଖାଁ ଦୀପିକାଙ୍କୁ ଏମିତି ଲଞ୍ଚ କରିଥିଲେ ଯେ ସେ ବଲିଉଡର ଶାନ ଓ ଜାନ ପାଲଟି ଯାଇଛନ୍ତି । ଯାହାର ପ୍ରମାଣ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ଅଭିନେତ୍ରୀଙ୍କ ପ୍ରଶଂସକ ଏବେ ଟୁଇଟରରେ #14 Years Of Deepika Padukone  ରେ ଟୁଇଟ୍ କରୁଛନ୍ତି । ଏହାସହ #DeepikaPadukone   ଟ୍ରେଣ୍ଡ ବି କରୁଛି । ତାଙ୍କର ଜଣେ ପ୍ରଶଂସକ ଲେଖିଛନ୍ତି ୧୪ ବର୍ଷରେ ୨୩ ବଲିଉଡ ଫିଲ୍ମ, ୨୫ ମନଲୋଭ କ୍ୟାରେକ୍ଟର, ୨୦୧୪ରୁ ଜଣେ ଅଭିନେତ୍ରୀ ହାଇଏଷ୍ଟ ପେଡ ଫିମେଲ, ମୋଷ୍ଟ ଭାଲ୍ୟୁଡ ଫିମେଲ ଆକ୍ଟ୍ରେସ୍‌, ବହୁତ ପୁରସ୍କାର ତଥା ଆଚିଭମେଣ୍ଟ, ୱାନ ଓମେନ: ଦୀପିକା ପାଦୁକୋନ । ଏମିତି ଭାବେ ସୋସିଆଲ ମିଡିଆରେ ଦୀପିକାଙ୍କ ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦୀର୍ଘ ୧୪ ବର୍ଷର ଲମ୍ବା ରାସ୍ତାରେ ଦୀପିକା ଦର୍ଶକଙ୍କ ମନୋରଞ୍ଜନ କରିବା ସହ ନିଜେ ବି ଖୁବ୍ ସଫଳତା ଅର୍ଜନ କରିଛନ୍ତି । ଏବେ ସେ ବଲିଉଡର ଜଣେ ଆଗଧାଡିର ନାୟିକା ହୋଇଥିବା ବେଳେ ହଲଉଡରେ ବି ପାଦ ରଖି ସାରିଲେଣି ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri