‘ବ୍ରହ୍ମାସ୍ତ୍ର’-୨ରେ ନଜର ଆସିବେ ଦୀପିକା, ହିରୋ ହେବେ କିଏ?

ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ‘ବ୍ରହ୍ମାସ୍ତ୍ର’ ଫିଲ୍ମ ସପ୍ଟେମ୍ବର ୯ରେ ରିଲିଜ ହେବାକୁ ଯାଉଛି । ରିଲିଜ ପୂର୍ବରୁ ଏହାର ଟ୍ରେଲରକୁ ଦର୍ଶକଙ୍କ ଜବରଦସ୍ତ ରେସପଣ୍ଡ ମିଳିଛି । ଫିଲ୍ମଟି ୩ଟି ପାର୍ଟରେ ମୁକ୍ତିଲାଭ କରିବ ।
ଚଳିତ ବର୍ଷ ଫିଲ୍ମର ପାର୍ଟ ୧ ରିଲିଜ୍‌ ହେବାକୁ ଯାଉଛି। ଯେଉଁଥିରେ ରଣବୀର ଶିବ ଭୂମିକାରେ ନଜର ଆସିବେ। ଆଲିଆ ଇଶାଙ୍କ ଭୂମିକାରେ ନଜର ଆସିବେ । ତେବେ ଆଗମୀ ପାର୍ଟରେ ଅର୍ଥାତ ବ୍ରହ୍ମାସ୍ତ୍ର-୨ରେ ଦୀପିକା ପାଦୁକୋନ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ହେଉଛି । ଦୀପିକା ପାର୍ବତୀ ଭୂମିକାରେ ନଜର ଆସିବେ ।
ସୂଚନାଯୋଗ୍ୟ, ଦୀପିକା ବ୍ରହ୍ମାସ୍ତ୍ର-୨ର ଏକ ବିଶେଷ ଅଂଶ ହେବାକୁ ଯାଉଛନ୍ତି । ସେ ପାର୍ବତୀ ଭୂମିକାରେ ନଜର ଆସିବେ। ପ୍ରଥମ ଭାଗରେ ଶିବ ଏବଂ ଇଶାଙ୍କ କାହାଣୀ ପ୍ରଦର୍ଶିତ ହୋଇଥିବା ବେଳେ ଦ୍ୱିତୀୟ ପାର୍ଟରେ ଦେବ୍‌ ଏବଂ ପାର୍ବତୀ ଏଥିରେ ଯୋଗଦେବେ । ଦେବ ଭୂମିକାରେ କିଏ ଅଭିନୟ କରିବାକୁ ଯାଉଛନ୍ତି କିମ୍ବା ରଣବୀର କପୁର ଏହି ଭୂମିକାରେ ଅଭିନୟ କରିବେ କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ପାର୍ବତୀ ଭୂମିକାରେ ଦୀପିକାଙ୍କ ନାମ ଫାଇନାଲ ବୋଲି କୁହାଯାଉଛି। ଏହା ମଧ୍ୟ କୁହାଯାଉଛି ଯେ, ଦୀପିକା ମଧ୍ୟ ଏଥିପାଇଁ ଶୁଟିଂ କରିଛନ୍ତି ।

Share