ହସ୍ପିଟାଲରୁ ବାହାରିଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଶୁଟିଂ ସେଟ୍‌ରେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି। ସେ ହାଇଦ୍ରାବାଦରେ ତାଙ୍କ ପରବର୍ତ୍ତୀ ଫିଲ୍ମ କେର ଶୁଟିଂ ସେଟ୍‌ରେ ଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଘଣ୍ଟା ଧରି ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ସେ ସୁସ୍ଥ ଅନୁଭବ କରିବାରୁ ପୁଣିଥରେ କେର ଶୁଟିଂ ସେଟ୍‌କୁ ଫେରିଥିବା ଜଣାପଡ଼ିଛି। ମାତ୍ର ଦୀପିକାଙ୍କର କ’ଣ ହୋଇଥିଲା ଓ ସେ କାହିଁକି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ସେକଥା ଜଣାପଡ଼ି ନାହିଁ।
ଶୁଟିଂ ସେଟ୍‌ରେ ହଠାତ୍‌ ଦୀପିକା ଅସହଜ ଅନୁଭବ କରିଥିଲେ। ସେ ଅସ୍ଥିର ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିକଟରେ ଦୀପିକା ନିଜ ପରିବାର ଲୋକଙ୍କ ସହ ବାପା ପ୍ରକାଶ ପାଦୁକୋନ୍‌ଙ୍କ ଜନ୍ମଦିନରେ ତିରୁପତି ଯାଇଥିଲେ। ବର୍ତ୍ତମାନ ସେ ହାଇଦ୍ରବାଦରେ ତାଙ୍କର ଆଗାମୀ ଫିଲ୍ମ କେର ଶୁଟିଂ କରୁଛନ୍ତି।

Share