ଘରେ ବିଜ୍ଞାପନ ଶୁଟିଂ କଲେ ଦୀପିକା

ରାମାନନ୍ଦ ସାଗରଙ୍କ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ଦୀପିକା ଚିଖଲିୟା। ବର୍ତ୍ତମାନ କରୋନା ଭୟରେ ଦୀପିକା ଘରେ ଶୁଟିଂ କରୁଛନ୍ତି। ନିକଟରେ ସେ ଘରେ ଏକ ବିଜ୍ଞାପନର ଶୁଟିଂ କରିଛନ୍ତି। ଏ ନେଇ ନିଜେ ଦୀପିକା ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟକରି ଏହି ସୂଚନା ଦେଇଛନ୍ତି। ନିଜର ୨ଟି ଫଟୋ ଶେୟାର କରି ଦୀପିକା ଲେଖିଛନ୍ତି, ବାସ୍ତବ ଦୁନିଆକୁ ସାମ୍ନା କରିବାର ଦିନ ଫେରିଆସିଛି। ଗତକାଲି ମୁଁ ଘରେ ଏକ ବିଜ୍ଞାପନର ଶୁଟିଂ କରିଛି। ମୋ ଘର ମୋର ଷ୍ଟୁଡିଓ ଏବଂ ଫ୍ୟାମିଲ ମେକ୍‌ଅପ୍‌ ଏବଂ ଡେସିଂରେ ସହଯୋଗ କରିଥିବା ସେ କହିଛନ୍ତି।

Share