ନୂଆ ଘରେ ଦୀପିକା-ରଣବୀର

ମୁମ୍ବାଇ: ନୂଆ ଘରକୁ ପ୍ରବେଶ କଲେ ବଲିଉଡ୍‌ ଅଭିନେତା ରଣବୀର ସିଂ ଓ ସ୍ତ୍ରୀ ପାଦୁକୋନ। ଏ ନେଇ ରଣବୀର ଇନ୍‌ଷ୍ଟାଗ୍ରମରେ ଗୃହପ୍ରବେଶ ପାଇଁ କରାଯାଇଥିବା ସ୍ବତନ୍ତ୍ର ପୂଜାର ଫଟୋ ଶେୟାର କରିଛନ୍ତି। ରଣବୀର, ଦୀପିକା ଧଳା ରଙ୍ଗର କପଡ଼ା ପିନ୍ଧିଥିବାବେଳେ ପୂଜାରେ ଦୁହେଁ ବସିଥିବା ଫଟୋରେ ଦେଖିବାକୁ ମିଳିଛି। ୧୧୯ କୋଟି ଟଙ୍କାରେ ମୁମ୍ବାଇରେ ଏହି ଲକ୍‌ଜୁରି ଆପାର୍ଟମେଣ୍ଟ କିଣିଥିବା କୁହାଯାଉଛି। ଜୁଲାଇରେ ରଣବୀର ଓ ତାଙ୍କ ବାପାଙ୍କ କମ୍ପାନୀ ମିଶି ବାନ୍ଦ୍ରାରେ ସାଗର ରେଶମ କର୍ପୋରେଟିଭ୍‌ ହାଉସିଂ ସୋସାଇଟିରେ ୪ ମହଲା ଆପାର୍ଟମେଣ୍ଟ କିଣିଥିଲେ। ରୋହିତ ସେଟ୍ଟିଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ସର୍କସ’ ରିଲିଜ୍‌ ଅପେକ୍ଷାରେ ଥିବାବେଳେ ଏଥିରେ ମୁଖ୍ୟ ଭୂମିକାରେ ରଣବୀର ଅଭିନୟ କରିଛନ୍ତି। ଅନ୍ୟପଟେ ଆଲିଆ ଭଟ୍ଟଙ୍କ ସହ କରିଥିବା ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ୍‌ କାହାନୀ’ ମଧ୍ୟ ଆଗକୁ ରିଲିଜ୍‌ ହେବାର ଅଛି। ଫିଲ୍ମ ‘ଗେହରାୟା’ରେ ଦୀପିକାଙ୍କୁ ଶେଷଥର ପାଇଁ ବଡ଼ ପରଦାରେ ଦେଖାଯାଇଥିବାବେଳେ ଫିଲ୍ମ ‘ପଠାନ୍‌’ରେ ଶାହରୁଖ ଓ ଦୀପିକାଙ୍କ ଯୋଡ଼ି ଦେଖିବାକୁ ମିଳିବ।

Share