ଦୀପିକା ପାଦୁକୋଣଙ୍କ ସର୍ବାଧିକ ଆୟ କରିଥିବା ଫିଲ୍ମ

ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ଦୀପିକା ପାଦୁକୋଣ ମଙ୍ଗଳବାର ୩୫ ତମ ଜନ୍ମଦିନ ପାଳନ କରିଛନ୍ତି। ୨୦୦୭ରେ କିଙ୍ଗ୍‌ ଖାନ ତଥା ଶାହାରୁଖ ଖାନଙ୍କ ଅପୋଜିଟ୍‌ରେ ଡେବ୍ୟୁ କରିଥିବା ଦୀପିକାଙ୍କୁ ବଲିଉଡ୍‌ରେ ବିତିଗଲାଣି ୧୩ ବର୍ଷ। ଆଉ ଏହା ମଧ୍ୟରେ ସେ ଫ୍ୟାନଙ୍କୁ ଦେଇଛନ୍ତି ବହୁ ହିଟ୍‌ ଫିଲ୍ମ। ଆସନ୍ତୁ ଜାଣିବା ଏହି ଆକ୍ଟ୍ରେସଙ୍କ କ୍ୟାରିୟର ସର୍ବାଧିକ ଆୟ କରିଥିବା ଟପ୍‌-୫ ଫିଲ୍ମ ସମ୍ପର୍କରେ ….

ପଦ୍ମାବତ୍‌ – ୨୦୧୮ରେ ରିଲିଜ୍‌ ହୋଇଥିବା ପଦ୍ମାବତ୍‌ ଦୀପିକାଙ୍କ କ୍ୟାରିୟରର ସବୁଠୁ ବଡ଼ ହିଟ୍‌ ଫିଲ୍ମ। ରାଣୀ ପଦ୍ମାବତୀଙ୍କ ଚରିତ୍ରରେ ଅଭିନୟ କରିଥିଲେ ଦୀପିକା। ଶୁଟିଂ ଆରମ୍ଭରୁ ହିଁ ବିବାଦରେ ଘେରି ହୋଇ ରହିଥିବା ଫିଲ୍ମ ଆୟ କରିଥିଲା ୨୮୨.୮୩ କୋଟି ଟଙ୍କା।

ଚେନ୍ନାଇ ଏକ୍ସପ୍ରେସ- ଓମ୍‌ ଶାନ୍ତି ଓମ୍‌ରେ ଡେବ୍ୟୁ କରିବା ପରେ ଦୀପିକା ପ୍ରଥମ ଥର ପାଇଁ ଶାହାରୁଖଙ୍କ ସହ ସ୍କ୍ରିନ ଶେୟାର କରିଥିଲେ ଚେନ୍ନାଇ ଏକ୍ସପ୍ରେସ ଫିଲ୍ମରେ। କମେଡି ଭିତ୍ତିକ ଫିଲ୍ମ କେବଳ ଡୋମେଷ୍ଟିକ ସର୍କିଟରେ ୨୦୭.୬୯ କୋଟି ଟଙ୍କା ଆୟ କରିଥିଲା।

ବାଜିରାଓ ମସ୍ତାନି- ସଞ୍ଜୟ ଲିଲା ଭଂସାଲିଙ୍କ ଦ୍ୱାରା ନିର୍ମିତ ଆଉ ଏକ ଫିଲ୍ମ ବାଜିରାଓ ମସ୍ତାନି, ଯେଉଁଥିରେ ଦୀପିକା ଓ ରଣବୀର ସିଂଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ୧୮୩ କୋଟି ଟଙ୍କା ଆୟ କରିବା ସାଙ୍ଗକୁ ୭ଟି ଜାତୀୟ ଫିଲ୍ମ ଆଓ୍ବଡର୍‌ସ ମଧ୍ୟ ଜିତିଥିଲା।

ହାପି ନ୍ୟୁ ଇୟର- ପୁଣି ଥରେ ଶାହାରୁଖ ଓ ଦୀପିକାଙ୍କ ଫିଲ୍ମର ଯାଦୁ ଦେଖିବାକୁ ମିଳିଥିବା ବକ୍ସ ଅଫିସରେ। ମିକ୍ସଡ୍‌ ରିଭ୍ୟୁ ମିଳିଥିଲେ ମଧ୍ୟ ହାପି ନ୍ୟୁ ଇୟର ଆୟ କରିଥିଲା ୧୭୮.୪୧ କୋଟ ଟଙ୍କା ।

ୟେ ଜଓ୍ବାନି ହେ ଦିଓ୍ବାନି – ଏହି ଫିଲ୍ମରେ ଦେଖିବାକୁ ମିଳିଥିଲା ଦୀପିକା ଓ ରଣବୀର କପୁରଙ୍କ କେମେଷ୍ଟ୍ରି। ଡ୍ରାମାରେ ଭରପୁର ଫିଲ୍ମ ବକ୍ସ ଅଫିସରେ ସାବ୍ୟସ୍ତ ହୋଇଥିଲା ବଡ଼ ହିଟ୍‌। ଡୋମେଷ୍ଟିକ୍‌ ସର୍କିଟରେ ୧୭୭.୯୯ କୋଟି ଟଙ୍କା ଆୟ କରିଥିଲା ‘ୟେ ଜଓ୍ବାନି ହେ ଦିଓ୍ବାନି’ ଫିଲ୍ମ।

Share