ଦୀପିକା ପାଦୁକୋନଙ୍କ ଅଙ୍ଗରକ୍ଷୀ ମାସିକ କେତେ ଦରମା ନିଅନ୍ତି

ବଲିଉଡ ସେଲିବ୍ରିଟିମାନେ ସବୁବେଳେ ନିଜ ଚାରିପାଖରେ ଜଣେ ଅଙ୍ଗରକ୍ଷୀ ରଖନ୍ତି। ସଲମାନ ଖାନଙ୍କ ଅଙ୍ଗରକ୍ଷୀ ଶେରାଙ୍କ ସହ ତାଙ୍କର ଘନିଷ୍ଠତା ବିଷୟରେ ଜାଣିଛୁ । ସଲମାନଙ୍କ ଛାୟା ପରି ଶେରା ମଧ୍ୟ ତାଙ୍କ ସହିତ ରୁହନ୍ତି ଏବଂ ସଲମାନ ମଧ୍ୟ ଶେରାଙ୍କୁ ତାଙ୍କ ଭାଇ ଭଳି ବ୍ୟବହାର କରନ୍ତି। ଅଭିନ୍ରେତୀ ଦୀପିକା ପାଦୁକୋନଙ୍କ ଅଙ୍ଗରକ୍ଷୀ ଜଲାଲ ମଧ୍ୟ ତାଙ୍କର ବେଶ୍‌ ନିକଟତର।
ଦୀପିକା ପାଦୁକୋନ ଗତ କିଛି ବର୍ଷ ଧରି ଇଣ୍ଡଷ୍ଟ୍ରିର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ। ଫିଲ୍ମ ‘ଓମ ଶାନ୍ତି ଓମ’ ରେ ଡେବ୍ୟୁ କରିବା ପରେ ସେ ଆଜି ପର୍ଯ୍ୟନ୍ତ ଶ୍ରେଷ୍ଠ ଅଭିନେତ୍ରୀ ତାଲିକାରେ ରହିଛନ୍ତି। ଦୀପିକା ଯେତେବେଳେ, ଲୋକଙ୍କ ଗହଣରେ ଥାଆନ୍ତି, ଅନେକ ଲୋକ ତାଙ୍କ ଝଲକ ପାଇବାକୁ ଚେଷ୍ଟା କରନ୍ତି। ଏଭଳି ପରିସ୍ଥିତିରେ ଦୀପିକାଙ୍କୁ ଭିଡ଼ରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ପାଇଁ ତାଙ୍କ ଅଙ୍ଗରକ୍ଷୀ ଜଲାଲ ଏକ ବଡ଼ ଦାୟିତ୍ୱ ଗ୍ରହଣ କରନ୍ତି। ସେ ଗତ କିଛି ବର୍ଷ ଧରି ଏହି କାମକୁ ଭଲ ଭାବରେ କରିଆସୁଛନ୍ତି।
ଦୀପିକା ଜଲାଲଙ୍କୁ କେବଳ ଜଣେ ସହାୟକ କର୍ମଚାରୀ ନୁହଁନ୍ତି ବରଂ ପରିବାର ସଦସ୍ୟ ଭାବରେ ବିବେଚନା କରନ୍ତି। ସେଥିପାଇଁ ଜଲଲ ଏହି ପଦବୀରେ ବହୁ ବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ଜଲାଲ ଭାଇ ଭଳି ତାଙ୍କ ସାଥ୍‌ ଦିଅନ୍ତି। କେବଳ ଏତିକି ନୁହେଁ, ପ୍ରତିବର୍ଷ ରାଖୀରେ ଦୀପିକା ମଧ୍ୟ ଜଲାଲଙ୍କ ହାତରେ ରାଖୀ ବାନ୍ଧନ୍ତି। ଦୀପିକାଙ୍କୁ ସୁରକ୍ଷା ଦେବା ପାଇଁ ଜଲାଲଙ୍କୁ ବହୁତ ଦରମା ମିଳିଥାଏ। ତାଙ୍କ ବାର୍ଷିକ ପ୍ୟାକେଜ ପ୍ରାୟ ୮୦ ଲକ୍ଷ ଟଙ୍କା। ତେବେ ଅନେକ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ୨୦୧୭ ମସିହାରେ ଜଲାଲଙ୍କ ଦରମା ବାର୍ଷିକ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଆଜିକାଲି ଦୀପିକା ପାଦୁକୋନ ଅନେକ ବଡ ଚଳଚ୍ଚିତ୍ରରେ ବ୍ୟସ୍ତ ଅଛନ୍ତ। ତାଙ୍କୁ ଖୁବ ଶୀଘ୍ର ସ୍ବାମୀ ରଣବୀର ସିଂଙ୍କ ସହ ‘୮୩’ ରେ ଦେଖିବାକୁ ମିଳିବ। ଏହା ସହିତ ସେ ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଇଣ୍ଟର୍ନ’ ଏବଂ ଶାହାରୁଖ ଖାନଙ୍କ ଫିଲ୍ମ ‘ପଠାନ’ରେ ମଧ୍ୟ ସେ ନଜର ଆସିପାରନ୍ତି।

Share