ଦୀପିକାଙ୍କୁ ଜଣେ ୟୁଜର ଦେଲେ ଏପରି ଅଶ୍ଳୀଳ ମେସେଜ, ବୁଦ୍ଧି ଶିଖାଇଲେ ଅଭିନେତ୍ରୀ

ମୁମ୍ବାଇ: ଆଜିକାଲି କୌଣସି କାରଣକୁ ନେଇ ବଲିଉଡ୍‌ ଷ୍ଟାରମାନେ ଟ୍ରୋଲ ହେଉଛନ୍ତି। ମାତ୍ର କିଛି ଷ୍ଟାର ଟ୍ରୋଲର କଡ଼ା ଜବାବ ରଖି ୟୁଜରମାନଙ୍କୁ ଉଚିତ୍‌ ଶିକ୍ଷା ଦେଉଥିବା ନଜର ଆସୁଛି। ଏମିତି କିଛି ଘଟିଛି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କ୍ଷେତ୍ରରେ। ଦୀପିକା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରୀ ଶେୟାର କରିଥିଲେ। ଏହା ପରେ ଜଣେ ୟୁଜର ତାଙ୍କୁ ଅଶ୍ଳୀଳ ଭାଷାରେ ମେସେଜ କରିଥିଲେ। ଦୀପିକା ଏହାକୁ ଅଣଦେଖା ନ କରି ୟୁଜରଙ୍କୁ ଉଚିତ୍‌ ଶିକ୍ଷା ଦେଇଛନ୍ତି। ୟୁଜରଙ୍କ ମେସେଜର ସ୍କ୍ରିନ୍‌ଶର୍ଟକୁ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ଏଥିରେ କ୍ୟାପଶନ ଲେଖିଛନ୍ତି, ଆପଣଙ୍କ ପରିବାର ଆପଣଙ୍କୁ ନେଇ ଖୁବ୍‌ ଗର୍ବ କରୁଥିବେ। ତେବେ ଦୀପିକାଙ୍କ ଏପରି ଉତ୍ତରକୁ ଅନ୍ୟ ୟୁଜରମାନେ ଖୁବ୍‌ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରୁଛନ୍ତି।

Share