ରଣବୀରଙ୍କ ଯୋଗୁ ମାଆ ହୋଇ ପାରିବେ ନାହିଁ ଦୀପିକା!

ମୁମ୍ବାଇ: ବଲିଉଡ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଇଣ୍ଡଷ୍ଟ୍ରିର ପାୱାର କପୁଲ ବୋଲି କୁହାଯାଏ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି କପୁଲ ତାଙ୍କ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ବେଳେ ବେଳେ କିଛି ଫଟୋ ଓ ଭିଡିଓ ଶେୟାର କରିଥାଆନ୍ତି । ଏହାକୁନେଇ ଏବେ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠୁଛି କି ବିବାହର ୪ ବର୍ଷ ପରେ ବି ଏମାନେ କାହିଁକି ପ୍ୟାରେଣ୍ଟସ୍ ହୋଇନାହାନ୍ତି । ଏବେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି ଦୀପିକା । ଆଉ ଉତ୍ତର ଶୁଣି ପ୍ରଶଂସକଙ୍କ ହୋସ ଉଡିଯାଇଛି । ସୋସିଆଲ ମିଡିଆ ୟୁଜର୍ସ ଉତ୍ତର ଶୁଣି ଭି୍‌ନ୍ନ ଭିନ୍ନ ପ୍ରକାର ମତ ବି ଦେଉଛନ୍ତି ।
ଦୀପିକା କହିଛନ୍ତି ରଣବୀରଙ୍କ ଯୋଗୁ ସେମାନେ ପ୍ୟାରେଣ୍ଟସ୍ ହୋଇପାରୁ ନାହାନ୍ତି । ଦୀପିକାଙ୍କ ମତରେ ଯେବେଠାରୁ ତାଙ୍କର ବିବାହ ହେଲାଣି ସେବେଠାରୁ ରଣବୀର ଫିଲ୍ମରେ ବ୍ୟସ୍ତ ରହିଛନ୍ତି । କାହିଁକି ନା ସେ ଜଣେ ଧନୀ ବ୍ୟକ୍ତି ହେବାକୁ ଚାହୁଛନ୍ତି । ତେଣୁ ବେବି ପ୍ଲାନିଂ ପାଇଁ ତାଙ୍କ ନିକଟରେ ସମୟ ନାହିଁ । ଏହା ଶୁଣିବା ପରେ ସୋସିଆଲ ମିଡିଆ ୟୁଜର୍ସ ରଣବୀରଙ୍କୁ ପର୍ସନାଲ ଲାଇଫରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ।
ଏହାପୂର୍ବରୁ ରଣବୀରଙ୍କ ବୟାନ ସାମ୍ନାକୁ ଆସିଥିଲା । ଅଭିନେତାଙ୍କ ଅପକମିଂ ଫିଲ୍ମ ‘ଜୟଶଭାଇ ଜୋରଦାର’ର ଟ୍ରେଲର ସାମ୍ନାକୁ ଆସିବା ପରେ ଏକ ଇଭେଣ୍ଟରେ ରଣବୀର ତାଙ୍କ ବେବି ପ୍ଲାନିଂକୁ ନେଇ କଥା ହୋଇଥିଲେ । ତାଙ୍କୁ ପଚରାଯାଇଥିଲା ସେ ପୁତ୍ର ଅବା କନ୍ୟା ସନ୍ତାନ ମଧ୍ୟରୁ କେଉଁଟା ଚାହୁଁଛନ୍ତି । ଉତ୍ତରରେ ରଣବୀର କହିଥିଲେ ମନ୍ଦିରରେ ଭିନ୍ନ ପ୍ରକାରର ପ୍ରସାଦ ମିଳିଥାଏ । ଆଉ ଏହାକୁ ସମସ୍ତେ ଗ୍ରହଣ କରିଥାଆନ୍ତି । କାରଣ ତାହା ପ୍ରସଦେ ହୋଇଥାଏ । ସେହିଭଳି ଭଗବାନ ମୋତେ ଯାହା ଦେବେ ତାକୁ ମୁଁ ମନ୍ଦିରର ପ୍ରସାଦ ଭାବି ଗ୍ରହଣ କରିନେବି ।

Share