ବିଗ୍‌ ବିଙ୍କ ଉପରେ ଚୋରି ଅଭିଯୋଗ ଆଣିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ର ମସ୍ତାନୀ ଦୀପିକା ପାଦୁକୋନ ନିଜର ଷ୍ଟାଇଲ ଏବଂ ଫ୍ୟାଶନ ସହ ସେନ୍ସ ଅଫ୍‌ ହ୍ୟୁମର ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦୀପିକା ନିଜର ସହ କଳାକାରଙ୍କ ସମେତ ବରିଷ୍ଠ ଅଭିନେତାଙ୍କ ସହ ପରିହାସ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏଥିରୁ ମହାନାୟମ ଅମିତାଭ ବଚ୍ଚନ ମଧ୍ୟ ବାଦ୍‌ ପଡ଼ି ନାହାନ୍ତି। ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲଗାଛି। ତେବେ ଏହା ଏକ ପୁରୁଣା ଭୁଡିଓ।
ଦୀପିକା ଏବଂ ଅମିତାଭଙ୍କ ଅଭିନୀତ ଫିଲ୍ମ ‘ପିକୁ’ ସମସ୍ତଙ୍କର ମନେଥିବ ନିଶ୍ଚୟ। ସେହି ସମୟରେ ଫିଲ୍ମ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦୀପିକା ଅମିତାଭଙ୍କ ସହ ଥଟ୍ଟା କରିଥିଲେ, ଯାହାର ଉତ୍ତର ବିଗ୍‌ ବିଙ୍କୁ ମଧ୍ୟ ଦେବାକୁ ପଡ଼ିଥିଲା। ମିଡିଆ ସାମ୍ନାକୁ ଦୀପିକା ବିଗ୍‌ ବିଙ୍କ ଉପରେ ଚୋରି ଅଭିଯୋଗ ଲଗାଇଥିଲେ। ଥଟ୍ଟାରେ ଦୀପିକା କହିଥିଲେ, ତୁମେ ମୋର ଖାଦ୍ୟ ଚୋରି କର। ଏହାର ଉତ୍ତର ମଧ୍ୟ ବିଗ୍‌ ବି ମଜାଳିଆ ଢଙ୍ଗରେ ଦେଇଥିଲେ। ସେ କହିଥିଲେ ଯେ, ଆମେ ସେହି ଲୋକ, ଯିଏକି ଦିନରେ ୩ ଥର ଖାଦ୍ୟ ଖାଇଥାଏ। କିନ୍ତୁ ଏମିତି ବି ଲୋକ ଅଛନ୍ତି ଯିଏକି ପ୍ରତି ୩ ମିନିଟ୍‌ରେ ଖାଦ୍ୟ ଖାଇଥାନ୍ତି। ଏତେ ଖାଇ ମଧ୍ୟ ତାହା ଯାଉଛି କୁଆଡେ। ଏତେ ପତଳା କେମିତି ଅଛ ବୋଲି ବିଗ୍‌ ବି କହିଥିଲେ। ଉଭୟ କଳାକାରଙ୍କ ଏହି ଥଟ୍ଟା ମାଜାକ୍‌ ଦେଖି ସମସ୍ତେ ହସିବାକୁ ଲାଗିଥିଲେ। ସୁଜିତ୍‌ ସରକାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୮ ମେ, ୨୦୧୫ରେ ରିଲିଜ୍‌ ହୋଇଥିଲା।

Share