ଦୀପିକାଙ୍କ ଜନ୍ମଦିନର ସବୁ କେକ୍‌ ଖାଇଦେଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ନୂଆ ବର୍ଷ ଅବସରରେ ତାଙ୍କର ସମସ୍ତ ଇନଷ୍ଟାଗ୍ରାମ ପୋଷ୍ଟ ଡିଲିଟ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଯଦିଓ ଦୀପିକା ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି। ଆଜିକାଲି ଦୀପିକା ଇନଷ୍ଟାଗ୍ରାମରେ ଲାଟେଷ୍ଟ ଟ୍ରେଣ୍ଡସ ’ପୋଷ୍ଟ ପିକ୍ଚର୍‌ ଅଫ’ ସମାପ୍ତ କରି ପ୍ରଶଂସକଙ୍କ ସହ ତାଙ୍କର ଅନେ କଅଦେଖା ଫଟୋ ମଧ୍ୟ ଶେୟାର କରିଛନ୍ତି। ନିକଟରେ ଦୀପିକା ସୋସିଆଲ ମିଡିଆରେ ନିଜର ଜନ୍ମଦିନର ଏକ ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ଯେଉଁଥିରେ ସେ ରଣବୀର ସିଂଙ୍କ କେକ ଖାଉଥିବା ନଜର ଆସିଛନ୍ତି।

ଜଣେ ପ୍ରଶଂସକ ଦୀପିକାଙ୍କୁ ରଣଭୀରଙ୍କ ସହ ତାଙ୍କର ଏକ ଅଦେଖା ଫଟୋ ଶେୟାର କରିବାକୁ କହିଥିଲେ। ଏ ନେଇ ଦୀପିକା ସୋସିଆଲ ମିଡିଆରେ ତାଙ୍କର ଏବଂ ରଣଭୀରଙ୍କ ଫଟୋ ଶେୟାର କରିଛନ୍ତି। ତେବେ ଏହି ଫଟୋ ପୋଷ୍ଟ କରି ସେ ଏକ ମଜାଦାର କ୍ୟାପସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି – ’ରଣଭୀର ସିଂ ମୋର ପୂରା ଜନ୍ମଦିନର କେକ୍‌ ଖାଇବା ସମୟରେ।

 

Share