ଇସ୍ତଫା ଦେଲେ ଦୀପିକା ପାଦୁକୋନ: ଲେଖିଲେ…

୨୦୧୯ରେ ମାମି (ଏମ୍‌ଏଏମ୍‌ଆଇ) ଫିଲ୍ମ ମହୋତ୍ସବର ଏକ ବୈଠକ ପରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ସର୍ବସମ୍ମତିକ୍ରମେ ସଂଗଠନର ନୂତନ ଅଧ୍ୟକ୍ଷ ଭାବେ ଭୋଟ୍‌ ପାଇଥିଲେ। ଦୀପିକା କିରଣ ରାଓଙ୍କ ସ୍ଥାନ ନେଇଥିଲେ। କିନ୍ତୁ ବର୍ତ୍ତମାନ ଯାହା ଶୁଣିବାକୁ ମିଳୁଛି, ଦୀପିକା ତାଙ୍କ ପୋଷ୍ଟରୁ ବରଖାସ୍ତ ଦେଇଛନ୍ତି।
ଦୀପିକା ଘୋଷଣା କରିଛନ୍ତି ଯେ, ସେ ଆଉ ମାମି ବୋର୍ଡର ଅଂଶ ରହିବେ ନାହିଁ। ଏଥିସହ ଫିଲ୍ମ ମହୋତ୍ସବର ଚେୟାରମ୍ୟାନ୍‌ ପଦରୁ ଇସ୍ତଫା ଦେଇଛନ୍ତି।
ଦୀପିକା ତାଙ୍କ ଇନଷ୍ଟା ଷ୍ଟୋରୀରେ ଲେଖିଛନ୍ତି, ‘ମାମି’ ବୋର୍ଡରେ ରହିବା ଏବଂ ଚେୟାରମ୍ୟାନ ଭାବରେ କାର୍ଯ୍ୟ କରିବା ମୋ ପାଇଁ ଏକ ସମୃଦ୍ଧ ଅନୁଭୂତି ଅଟେ। ଜଣେ କଳାକାର ଭାବରେ ସାରା ବିଶ୍ୱରୁ ସିନେମା ଏବଂ ପ୍ରତିଭାକୁ ମୁମ୍ବାଇକୁ ଆଣିବା ଉତ୍ସାହଜନକ ଥିଲା। ମୁମ୍ବାଇ ଯାହା କି ମୋର ଦ୍ୱିତୀୟ ଘର ବୋଲି ସେ ଲେଖିଛନ୍ତି।

Share