ସ୍ବାମୀଙ୍କ ପ୍ରତି ପ୍ରେମ ବର୍ଷା କଲେ ଦୀପିକା

ବି-ଟାଉନରେ ପାଓ୍ବାରଫୁଲ୍‌ କପଲ୍‌ଙ୍କ ମଧ୍ୟରେ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଅନ୍ୟତମ। ଉଭୟ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। ବଲିଉଡର ଏହି ହଟ ଦମ୍ପତିଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ନିକଟରେ ଉଭୟଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ଖବର ଜୋର ଧରିଥିଲା। କିନ୍ତୁ ଏହି ଷ୍ଟୋର ଲଞ୍ଚ୍‌ରେ ରଣବୀରଙ୍କ ରୋମାଣ୍ଟିକ ଅନ୍ଦାଜ୍‌ ଦେଖି ଦୀପିକା ଫିଦା ହୋଇଯାଇଛନ୍ତି।
ଅତୀତରେ ଦୀପିକା ଏବଂ ରଣବୀର ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରିବାର କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ। ନିକଟରେ ଏକ ଷ୍ଟୋର ଲଞ୍ଚ୍‌ ଇଭେଣ୍ଟରେ ପହଞ୍ଚିଥିବା ରଣଭୀର ସିଂ ଦୀପିକାଙ୍କ ଫଟୋ ଦେଖି ଚୁମ୍ବନ ଦେଉଥିବା ନଜର ଆସିଥିଲେ। ଏହାର ଫଟୋ ଇନ୍‌ଷ୍ଟାଗ୍ରାମ ଷ୍ଟାଟସରେ ଦେଇଛନ୍ତି। ରଣବୀରଙ୍କ ଏହି ଫଟୋକୁ ତାଙ୍କ ଷ୍ଟାଟସରେ ଶେୟାର କରି ଦୀପିକା ଲେଖିଛନ୍ତି, ଏପରି ଜଣେ ବ୍ୟକ୍ତିଙ୍କୁ ଖୋଜ, ଯିଏ ତୁମକୁ ପୁରା ଦେଖିବ ଯେପରି ତୁମେ ତାଙ୍କର ପୁରା ଦୁନିଆ। ଦୀପିକା ଏବଂ ରଣବୀରଙ୍କ ଏପରି ପ୍ରେମ ଦେଖି ପ୍ରଶଂସକ ବହୁତ ଖୁସି ହୋଇଯାଇଛନ୍ତି।
ରଣବୀର ନିକଟରେ ଏକ ପ୍ରସିଦ୍ଧ ବ୍ରାଣ୍ଡର ଲଞ୍ଚ ଇଭେଣ୍ଟକୁ ଯାଇଥିଲେ। ଏଠାରେ ସେ ଦୀପିକାଙ୍କ ଫଟୋ ଦେଖିବା ପରେ ନିଜକୁ ଅଟକାଇ ନ ପାରି ଫଟୋକୁ ଫ୍ଲାଇଙ୍ଗ କିସ୍‌ ଦେଇଥିଲେ।

 

Share