ଆଇପିଏଲ୍‌ ଦଳ କିଣିବେ ଦୀପିକା-ରଣବୀର!

ବଲିଉଡ ତାରକା ଏବଂ କ୍ରିକେଟର ଅତି ଘନିଷ୍ଠ ସମ୍ପର୍କ ଅଛି। ଅନେକ ବଲିଉଡ୍‌ ସେଲିବ୍ରିଟି କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି। ଅନେକ ସେଲିବ୍ରିଟିଙ୍କ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଅଂଶଧନ ରହିଛି। ପ୍ରୀତି ଜିଣ୍ଟା, ଶାହରୁଖ ଖାନ ଏବଂ ଶିଳ୍ପା ଶେଟ୍ଟୀ ଆଇପିଏଲ ଦଳ କିଣିବା ପରେ ଏବେ ଦୀପିକା ପାଦୁକୋନ ଏବଂ ରଣଭୀର ସିଂ ମଧ୍ୟ ଖୁବ ଶୀଘ୍ର ଦଳ କିଣିବେ।
ରଣଭୀର-ଦୀପିକା ଏ ନେଇ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଦ୍ୱାରା ପ୍ରବର୍ତ୍ତିତ ୨ଟି ନୂତନ ଆଇପିଏଲ ଦଳ ମଧ୍ୟରୁ ଗୋଟିଏ କିଣିବାକୁ ଚାହୁଁଛି। ଯଦି ଏହା ଘଟେ, ତେବେ ୨୦୨୨ର ଆଇପିଏଲ କ୍ରିକେଟ ଗ୍ରାଉଣ୍ଡର ଷ୍ଟାଣ୍ଡରେ ରଣଭୀର-ଦୀପିକାଙ୍କୁ ମଧ୍ୟ ଦେଖିପାରିବା। ଅକ୍ଟୋବର ୨୫ ଦୁବାଇରେ ନୂତନ ଆଇପିଏଲ ଦଳ ପାଇଁ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଯାଉଛି। ପ୍ରିତି ଜିଣ୍ଟା ଏବଂ ଶାହରୁଖ ଖାନଙ୍କ ଦଳ ଆଇପିଏଲରେ ଦଳ କିଣିଛନ୍ତି। ୨୦୦୮ ରେ ଆଇପିଏଲ ଆରମ୍ଭରୁ ଶାହରୁଖ ଖାନ କୋଲକାତା ନାଇଟ ରାଇଡର୍ସ ଦଳର ମାଲିକ ଅଟନ୍ତି।
ଉଭୟ ରଣଭୀର-ଦୀପିକା ଫିଲ୍ମ ପରେ ଏବେ ଟିଭି ସୋ ‘ବିଗ ପିକ୍ଚର୍‌’ରେ ପାଦ ଦେଇଛନ୍ତି। ଦୀପିକା ଖୁବଶୀଘ୍ର ରଣଭୀରଙ୍କ ସହ ଫିଲ୍ମ ‘୮୩’ ରେ ନଜର ଆସିବେ।

Share