ସକାଳୁ ଉଠି ପ୍ରଥମେ କେଉଁ କାମ କରନ୍ତି ପ୍ରଶ୍ନରେ ଏମିତି ଉତ୍ତର ଦେଲେ ଦୀପିକା…

ବଲିଉଡ୍‌ କଳାକାରମାନେ ପ୍ରଶଂସକଙ୍କ ସହ ସମ୍ପର୍କରେ ରହିବା ପାଇଁ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ଅନେକ ସମୟରେ ସେମାନେ ପ୍ରଶଂସକଙ୍କ ସହ ପ୍ରଶ୍ନ-ଉତ୍ତର ଖେଳ ଖେଳିଥାନ୍ତି। ଏଥିରେ ପ୍ରଶଂସକମାନେ କଳାକାରଙ୍କୁ ପ୍ରଶ୍ନ କରନ୍ତି ଏବଂ ସେମାନେ ତାହାର ଉତ୍ତର ଦେଇଥାନ୍ତି। ନିକଟରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ଏମିତି କିଛି ଘଟିଛି।
ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଦୀପିକା ପ୍ରଶଂସକଙ୍କ ସହ ପ୍ରଶ୍ନ-ଉତ୍ତର ଖେଳ ଖେଳିଥିଲେ। ପ୍ରଶଂସକମାନେ ତାଙ୍କୁ ଅନେକ ମଜାଦାର ପ୍ରଶ୍ନ କରିଥିଲେ, ଯାହାର ଉତ୍ତର ଦୀପିକା ମଜାଳିଆ ଶୈଳୀରେ ଦେଇଥିଲେ। ଜଣ ପ୍ରଶଂସକ ଦୀପିକାଙ୍କୁ ତାଙ୍କର ପ୍ରିୟ ଖାଦ୍ୟ ବିଷୟରେ ପ୍ରଶ୍ନ କରିଥିଲେ। ଉତ୍ତରରେ ସେକୁକିଜ୍‌ ବୋଲି କହିଥିଲେ। ଅନ୍ୟ ଜଣେ ପ୍ରଶଂସକ ତାଙ୍କୁ ସକାଳୁ ଉଠିବା ପରେ ପ୍ରଥମେ କେଉଁ କାମ କରନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନରେ ଦୀପିକା ଏକ ମଜାଦାର ଉତ୍ତର ଦେଇଛନ୍ତି। ସେ କହିଥିଲେ, ମୁଁ ପ୍ରଥମେ ଆଲାରାମ୍‌ ବନ୍ଦ କରେ।
ନିକଟରେ ଦୀପିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଏବଂ ଟୁଇଟରରୁ ସମସ୍ତ ପୋଷ୍ଟ ଡିଲିଟ କରିଦେଇଥିଲେ। ଏହି ଘଟଣା ପରେ ଦୀପିକାଙ୍କର ସମସ୍ତ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାତ୍ର ଏବେ ବି ଦୀପିକା ସୋସିଆଲ ମିଡିଆରେ ସକ୍ରିୟ ଅଛନ୍ତି।

Share