ମାତାପିତାଙ୍କ ସହ ପ୍ୟାରିସ ଫ୍ୟାଶନ ୱିକରେ ନଜର ଆସିଲେ ଦୀପିକା

ମୁମ୍ବାଇ: ବଲିଉଡ କୁଇନ୍ ଦୀପିକା ପାଦୁକୋନଙ୍କ ଭିନ୍ନ ଅନ୍ଦାଜ ଦର୍ଶକଙ୍କ ଦିଲ ଜିତିଥାଏ । ନିକଟରେ ଦୀପିକା ପ୍ୟାରିସ ଫ୍ୟାଶନ ୱିକରେ ଯୋଗ ଦେଇଥିଲେ । ସେ ଲୁଇ ବୁଇଟନ ଶୋ’ରେ ସେଲିବ୍ରିଟି ଗେଷ୍ଟ ଭାବେ ପହଞ୍ଚିଥିଲେ । ଏହି ସମୟରେ ସେ ତାଙ୍କ ପିତା ପ୍ରକାଶ ପାଦୁକୋନ ଓ ମାଆ ଉଜ୍ଜଳା ପାଦୁକୋନଙ୍କ ସହ ନଜର ଆସିଥିଲେ ।
ସୂଚନାଯୋଗ୍ୟ, ନିକଟରେ ଦୀପିକା ଲୁଇ ବୁଇଟନର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି । ଏବେ ସେହି ଇଭେଣ୍ଟରେ ଦୀପିକା ଯୋଗଦେବା ପରେ ତାଙ୍କର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପ୍ୟାରିସ ଫ୍ୟାଶନ ୱିକରେ ଦୀପିକା କେତେଜଣ ହଲିଉଡ ସେଲିବ୍ରିଟିଙ୍କ ସହ ପ୍ରଥମ ଲାଇନରେ ବସିଥିବା ଦେଖାଯାଇଥିଲା । ଏଥିରେ ଦୀପିକାଙ୍କ ଲୁକ ବେଶ ସୁନ୍ଦର ଥିବା ବେଳେ ତାଙ୍କ ମାଆ ମ୍ୟାଚିଂ ଲୁକରେ ନଜର ଆସିଥିଲେ । କିନ୍ତୁ ପିତା ପ୍ରକାଶ ପାଦୁକୋନ କାଜୁଆଲ ଡ୍ରେସରେ ନଜର ଆସିଥିଲେ ।

Share