ବିବାଦରେ ଦୀପିକାଙ୍କ ନୂଆ ବିଜ୍ଞାପନ, ଚୋରି ଅଭିଯୋଗ ଆଣିଲେ…

ବମ୍ବେ: ବିବାଦରେ ଫସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌। ଏକ ନୂଆ ବିଜ୍ଞାପନକୁ ନେଇ ସେ ଅଡୁଆରେ ଫସିଛନ୍ତି। ଜିନ୍ସ କମ୍ପାନୀର ଏହି ବିଜ୍ଞାପନଟିରେ ବିଷୟବସ୍ତୁକୁ ଚୋରି କରାଯାଇଥିବା ଅଭିଯୋଗ ହୋଇଛି। ମାମଲାରେ ନିର୍ଦ୍ଦେଶକ ସୁନି ତୋପରେବାଲା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି।

ବିଜ୍ଞାପନଟି ଅନ୍ତରାଷ୍ଟ୍ରୀୟ ବ୍ରାଣ୍ଡ ଲେଭିସ୍‌ର ଜିନ୍ସର । ଏହାର ଶୁଟିଂରେ ବ୍ୟବହାର ହୋଇଥିବା ସେଟ୍‌ ଏବଂ ବ୍ୟାକ୍‌ଗ୍ରାଉଣ୍ଡକୁ କପି କରାଯାଇଛି। ଭାରତରେ ଏଭଳି ଘଟଣା ବଢ଼ିବାରେ ଲାଗିଛି ବୋଲି କହି ସୁନି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ତେବେ ବଲିଉଡ୍‌ରେ ଅନେକ ଫିଲ୍ମର କାହାଣୀ, ପୋଷ୍ଟର, ସେଟ୍‌ ଡିଜାଇନ୍‌ ଏବଂ କନ୍‌ସେପ୍ଟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏହାଛଡ଼ା ବିଜ୍ଞାପନକୁ ନେଇ ମଧ୍ୟ ବିବାଦ ଉପୁଜୁଛି। ହେଲେ ଏଯାବତ ଦୀପିକା ଥିବା ବିଜ୍ଞାପନର ନିର୍ମାତା ଅଥବା କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Share