ସ୍ବାମୀଙ୍କ ଫଟୋ ଶେୟାର କଲେ ଦୀପିକା: ରଣଭୀର କହିଲେ, ବେବି ଏ କ’ଣ କରୁଛ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ସ୍ବାମୀ ରଣଭୀର ସିଂ ଇଣ୍ଡଷ୍ଟ୍ରିର ପ୍ରମୁଖ ସେଲିବ୍ରିଟି ଭାବରେ ଜଣାଶୁଣା। ଉଭୟ ଏତେ ବ୍ୟସ୍ତ ଅଛନ୍ତି ଯେ, ଦୁହେଁ ଇନଷ୍ଟାଗ୍ରାମରେ ଅଧିକ ସକ୍ରିୟ ହେବାକୁ ସମୟ ପାଆନ୍ତି ନାହିଁ । କିନ୍ତୁ ଯେତେବେଳେ ବି ଉଭୟ ଏକ ପୋଷ୍ଟ ଶେୟାର କରନ୍ତି,ତାହା ଭାଇରାଲ ହୋଇଥାଏ। ଏବେ ଦୀପିକା ଇନଷ୍ଟାରେ ରଣବୀରଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହା ଭାଇରାଲ ହୋଇଛି। ଦୀପିକା ରଣଭୀରଙ୍କ ଏପରି ଫଟୋ ଶେୟାର କରିଛନ୍ତି ଯାହା ଦେଖି ସେ ମୁଣ୍ଡରେ ହାତ ଦେଇଛନ୍ତି।
ଇନଷ୍ଟାରେ ଦୀପିକାଙ୍କ ଦ୍ୱାରା ଶେୟାର କରାଯାଇଥିବା ଫଟୋରେ ରଣବୀର ମୁଣ୍ଡ ଘୋଡାଇଥିବା ଦେଖାଯାଇଛି। ସେ ଶୋଇଛନ୍ତି କି ବାହାରେ ଦେଖୁଛନ୍ତି ତାହା ଜଣା ପଡିନାହିଁ। ଏହି ଫଟୋ ଶେୟାର କରିବାବେଳେ ଦୀପିକା ଲେଖିଥିଲେ – ମାଇ ମର୍ନିଂ ଭିୟ୍ୟୁ(ମୋ ସକାଳର ଦୃଶ୍ୟ) ଦୀପିକା ଏହି ଫଟୋ ଶେୟାର କରିବା ମାତ୍ରେ ଭାଇରାଲ ହୋଇଛି। କିଛି ସମୟ ପରେ ରଣଭୀର ସେହି ଫଟୋ ଉପରେ କମେଣ୍ଟ ଦେଇ ଲେଖିଥିଲେ – ବେବି, ଏ କ’ଣ କରୁଛ। ଏହା ସହିତ ସେ ମୁଣ୍ଡରେ ହାତ ଦେଉଥିବା ଇମୋଜି ମଧ୍ୟ ଶେୟାର କରିଥିଲେ। ନିକଟରେ ଦୀପିକା ଏବଂ ରଣଭୀର ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁଙ୍କ ସହ ଡିନର୍‌ କରୁଥିବା ନଜର ଆସିଥିଲେ। ଦୀପିକା ଏବଂ ସିନ୍ଧୁ ବହୁତ ଭଲ ବନ୍ଧୁ ଏବଂ ସମୟ ପାଇବା ମାତ୍ରେ ସେମାନେ ପରସ୍ପରକୁ ଭେଟିବା ପାଇଁ ବାହାନା ଖୋଜନ୍ତି।

Share