ଦୀପିକାଙ୍କ ଡିମାଣ୍ଡ ଶୁଣି ମୁଣ୍ଡରେ ହାତ ଦେଲେ ନିର୍ଦ୍ଦେଶକ, ‘କଲ୍କି ୨’ରୁ ବିଦା

ହାଇଦ୍ରାବାଦ: ନିର୍ଦ୍ଦେଶକ ନାଗ ଅଶ୍ୱିନଙ୍କ ବ୍ଲକବଷ୍ଟର ଫିଲ୍ମ ‘କଲ୍କି ୨୮୯୮ ଏଡି’ରେ ଦୀପିକା ପାଦୁକୋନ SUM-80 ଚରିତ୍ରରେ ଅଭିନୟ କରିଥିଲେ। ଏହି ଫିଲ୍ମର ସିକ୍ୱେଲକୁ ନେଇ ଉତ୍ସାହ ଥିବା ବେଳେ ଖବର ମିଳିଛି ଯେ ଦୀପିକାଙ୍କୁ ଏହାର ସିକ୍ୱେଲରୁ ହଟାଇ ଦିଆଯାଇଛି। ପ୍ରଡକ୍ସନ ହାଉସ ବୈଜୟନ୍ତୀ ମୁଭିଜ୍‌ ଏକ ବିବୃତିରେ କହିଛି, “ଦୀପିକା ପାଦୁକୋନ ‘କଲ୍କି ୨୮୯୮ ଏଡି’ର ଆଗାମୀ ସିକ୍ୱେଲରେ ରହିବେ ନାହିଁ। ଅନେକ ବିଚାର ପରେ ଆମେ ଏହି ନିଷ୍ପତ୍ତି ନେଇଛୁ।”

ସୂତ୍ର ଅନୁଯାୟୀ, ଦୀପିକାଙ୍କ ପ୍ରତିବଦ୍ଧତା ନେଇ ନିର୍ମାତାଙ୍କ ମନରେ ସନ୍ଦେହ ଥିଲା। ରିପୋର୍ଟ ଅନୁସାରେ, ଦୀପିକାଙ୍କ ଟିମ୍‌ର ଅତ୍ୟଧିକ ଦାବି, ଯେପରି ୮ ଘଣ୍ଟିଆ ସିଫ୍ଟ, ଫାଇଭ ଷ୍ଟାର ରେସିଡେନ୍ସ ଓ ଖାଦ୍ୟ ଖର୍ଚ୍ଚ ପାଇଁ ଅନୁରୋଧ, ନିର୍ମାତାଙ୍କୁ ଅସନ୍ତୁଷ୍ଟ କରିଥିଲା। ଏହା ପୂର୍ବରୁ ମଧ୍ୟ ଦୀପିକାଙ୍କୁ ‘ସ୍ପିରିଟ’ ଫିଲ୍ମରୁ ସମାନ କାରଣରୁ ହଟାଇ ଦିଆଯାଇଥିଲା। ଦୀପିକାଙ୍କ ୮ ଘଣ୍ଟିଆ ସିଫ୍ଟ ଦାବିକୁ ଅନୁରାଗ କଶ୍ୟପ, ଅଜୟ ଦେବଗନ ଓ କାଜୋଲ ପରି ତାରକା ସମର୍ଥନ କରିଥିଲେ, କିନ୍ତୁ ଫରାହ ଖାନ ଏହାକୁ ଅନୁଚିତ ବୋଲି କଟାକ୍ଷ କରିଥିଲେ। ଏହି ବିବାଦ ଦୀପିକାଙ୍କ କ୍ୟାରିୟର ଉପରେ କ’ଣ ପ୍ରଭାବ ପକାଇବ, ତାହା ଦେଖିବା ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ମୋର ବିଜୟ କି ଲାଭ ଯଦି ଲଦାଖ ହାରିଯାଏ?’ ଜେଲରୁ ମୁକୁଳିବା ପରେ ମୁହଁ ଖୋଲିଲେ ସୋନମ ୱାଙ୍ଗଚୁକ

ୱାଶିଂଟନ,୧୭।୩: ପ୍ରାୟ ୧୭୦ ଦିନ କାରାଗାରରେ ବିତାଇବା ପରେ ଶନିବାର ଜେଲରୁ ମୁକୁଳିଛନ୍ତି ଲଦାଖର ବିଶିଷ୍ଟ ଶିକ୍ଷାବିତ୍ ତଥା ପରିବେଶ କର୍ମୀ ସୋନମ ୱାଙ୍ଗଚୁକ। କେନ୍ଦ୍ର ସରକାର…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

ଇସ୍ରାଏଲ ଚାପରେ ଇରାନ ସହ ଯୁଦ୍ଧ ଆରମ୍ଭ କରିଛି ଆମେରିକା: ଇସ୍ତଫା ଦେଲେ ଟ୍ରମ୍ପଙ୍କ…

ୱାଶିଂଟନ,୧୭।୩: ଆମେରିକା ପ୍ରଶାସନରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଛି। ଇରାନ ସହ ଚାଲିଥିବା ଯୁଦ୍ଧକୁ ବିରୋଧ କରି ଡୋନାଲ୍ଡ ଟ୍ରମ୍ପଙ୍କ ନ୍ୟାସନାଲ କାଉଣ୍ଟର ଟେରରିଜମ ସେଣ୍ଟର…

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

ବଡ଼ ଦାବି କଲେ ରାଘବ ଚଢ଼ା: ୩ ବର୍ଷରେ ୧୯,୦୦୦ କୋଟି ଲୁଟିଲେଣି ବ୍ୟାଙ୍କ!

ନୂଆଦିଲ୍ଲୀ,୧୭।୫: ସଂସଦରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠିଛି। ସର୍ବନିମ୍ନ ଜମା ରାଶି ନ ରଖିପାରିବାରୁ ଦେଶର ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri