ଦୀପିକାଙ୍କ ଆଖିରେ ୩ଥର ଆସିଥିଲା ଲୁହ

ବଲିଉଡର କିଛି କଳାକାର ଏବେ ଡ୍ରଗ୍ସକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ନାର୍କୋଟିକ୍ସ କଣ୍ଡ୍ରୋଲ ବ୍ୟୁରୋ(ଏନସିବି) ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁରଙ୍କୁ ଆକ୍ସନ ମୋଡରେ ପଚରାଉଚରା କରିଛି। ଏହାସହ ଏହି ୩ ଅଭିନେତ୍ରୀଙ୍କ ମୋବାଇଲ ମଧ୍ୟ ଜବତ କରାଯାଇଛି। ପଚରାଉଚରା ବେଳେ ଦୀପିକା ପାଦୁକୋନ ତିନିଥର କାନ୍ଦିପକାଇଥିବା ଜଣାପଡିଛି। ଏହା ଦେଖି ଏନସିବି ଅଧିକାରୀମାନେ ସେମାନଙ୍କୁ ଭାବପ୍ରବଣ କାର୍ଡ ନ ଖେଳିବାକୁ ପରାମର୍ଶ ଦେଇଥିଲେ। ହାତ ଯୋଡି ଏନସିବି ଅଧିକାରୀମାନେ ଦୀପିକା ପାଦୁକୋନଙ୍କୁ କାନ୍ଦିବା ପରିବର୍ତ୍ତେ ସତ କହିବାକୁ କହିଥିଲେ। ଯଦି ସେ ସବୁକିଛି ସତ କହିବେ ତେବେ ତାଙ୍କ ପାଇଁ ଭଲ ହେବ ବୋଲି ସେମାନେ ତାଙ୍କୁ କହିଥିଲେ। ସାଢେ ପାଞ୍ଚ ଘଣ୍ଟା ଅନୁସନ୍ଧାନ ବେଳେ ସୁଶାନ୍ତ ସିଂ ରାଜପୁତ କିମ୍ବା ରିୟାଙ୍କ ସହ କୌଣସି ପ୍ରଶ୍ନ ଦୀପିକାଙ୍କୁ ପଚରାଯାଇ ନାହିଁ। ତେବେ ପଚରାଉଚରା ବେଳେ ଦୀପିକା ମୋଇଲରେ ଡ୍ରଗ୍ସ ବିଷୟରେ ଚାଟ୍‌ କରିବା କଥା ସ୍ବୀକାର କରିଛନ୍ତି। କିନ୍ତୁ ନିଶା ସେବନ କରୁ ନ ଥିବା କହିଛନ୍ତି। ଡ୍ରଗ ଯୋଗାଣ ମାମଲାକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଛନ୍ତି।

Share