ବଲିଉଡ୍‌ରେ ୧୩ ବର୍ଷ

ମୁମ୍ବାଇ: ବଲିଉଡ୍ ବିୟୁଟି ଦୀପିକା ପାଦୁକୋନ । ବି ଟାଉନରେ ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ଆଜିକୁ ଠିକ୍ ୧୩ ବର୍ଷ ପୂର୍ବେ ସେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ପ୍ରଥମେ କନ୍ନଡ ଫିଲ୍ମରେ ନିଜର ଅଭିନୟର କଳା ଦେଖାଇଥିବା ଦୀପିକାଙ୍କ ଉପରେ ନଜର ପଡିଥିଲା ବଲିଉଡ୍ କୋରିଓଗ୍ରାଫର ଫରହା ଖାଁଙ୍କର । ତାଙ୍କର ଅଭିନୟ ଫରହାଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏହାପରେ ଦୀପିକାଙ୍କୁ ମିଳିଥିଲା ବଲିଉଡ୍ ଅଫର୍ । ପ୍ରଥମେ ଶାହାରୁଖଙ୍କ ସହ ଫିଲ୍ମ ‘ଓମ୍ ଶାନ୍ତି ଓମ୍‌’ରେ ସେ ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ । ଆଉ ଏହାପରେ ସେ ଆଉ ପଛକୁ ଫେରି ନ ଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଫିଳ୍ମ ଭେଟିଦେଇ ସେ ଦର୍ଶକଙ୍କ ପ୍ରିୟ ନାୟିକା ପାଲଟି ଯାଇଥିଲେ । ଆଜି ୧୩ ବର୍ଷ ପରେ ସେ ଏବେ ବଲିଉଡ୍‌ର ଜଣେ ହାଇଏଷ୍ଟ ପେଡ୍ ନାୟିକାର ପରିଚୟ ବି ପାଇଛନ୍ତି । ତେବେ ବଲିଉଡ୍‌ରେ ୧୩ ବର୍ଷ ପୂର୍ତ୍ତି ଅବସରରେ ସେ ତାଙ୍କ ଟୁଇଟର ହ୍ୟାଣ୍ଡେଲରେ ‘ଓମ ଶାନ୍ତି ଓମ’ ଚଳଚ୍ଚିତ୍ରର ଚରିତ୍ର ‘ଶାନ୍ତିପ୍ରିୟା’କୁ ବଦଳାଇ ଦେଇଛନ୍ତି । ଏହାସହ ଡିପି ମଧ୍ୟ ବଦଳାଇ ଦେଇଛନ୍ତି । ସେତେବେଳେ ଏହି ଫିଲ୍ମ ବକ୍ସ ଅଫିସରେ ହିଟ୍ ହୋଇଥିବା ବେଳେ ଦୀପିକା ସାଉଁଟିଥିଲେ ଦର୍ଶକଙ୍କର ଅଜସ୍ର ପ୍ରଶଂସା ।


Enter your email to get our daily news in your inbox.

All Right Reserved By Dharitri.Com

PUCC ନେଇ ବଡ଼ ବୟାନ ଦେଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୧୧।୨: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଛନ୍ତି । ଟୋଲ ଗେଟ୍‌ରେ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ସତ୍ୟବ୍ରତ ହତ୍ୟା ଘଟଣା: ଦିଦେଶଙ୍କ ସ୍ତ୍ରୀ କଲେ ଚାଞ୍ଚଲ୍ୟକର ଖୁଲାସା

ଭୁବନେଶ୍ୱର,୧୧।୨: ଭୁବନେଶ୍ୱର ନୀଳାଦ୍ରି ବିହାର ସତ୍ୟବ୍ରତ ହତ୍ୟା କାଣ୍ଡ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି। ଦିନେଶ ନାୟକଙ୍କ ସ୍ତ୍ରୀ ମାମାଲି ନାୟକ ଚାଞ୍ଚଲ୍ୟକର ଖୁଲାସା…

ଭାରତ ସହ ଟ୍ରେଡ୍‌ ଡିଲ୍‌ ମଧ୍ୟରେ ଆମେରିକା ନେଲା ବଡ଼ ପଦକ୍ଷେପ: ହଟିଲା…

ଓ୍ବାଶିଂଟନ୍‌,୧୧।୨: ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଭାରତର ଏକ ମାନଚିତ୍ର ହଟାଇ ଦେଇଛି। ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଏବଂ ଅକ୍ସାଇ ଚାଇନାକୁ ଭାରତର…

ଓଡ଼ିଆ ପୁଅଙ୍କୁ ମିଳିଲା ବଡ଼ ସଫଳତା: ଜିତିଲେ ସ୍ବର୍ଣ୍ଣ

ଭୁବନେଶ୍ୱର,୧୧।୨: ଏସିଆ ପାସିଫିକ୍‌ ଡାଉନ ସିଣ୍ଡ୍ରୋମ୍‌ ଗେମ୍ସ ଚେନ୍ନାଇର ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଆ ପୁଅ ଜୟଜୀବନ ପାଣିି(୧୧)ଙ୍କୁ ମିଳିଛି ବଡ଼ ସଫଳତା। ଜୟଜୀବନ…

ସୂର୍ଯ୍ୟ ପରାଗରେ ଶନିଙ୍କ ରାଶିରେ ଖରାପ ପ୍ରଭାବ, ଏହି ୩ଟି ରାଶିରେ ଘୋଟିଯିବ ବିପଦ!

ସୂର୍ଯ୍ୟ ବର୍ତ୍ତମାନ ମକର ରାଶିରେ ଅଛନ୍ତି। ଏହା ଫେବୃଆରୀ ୧୩ ତାରିଖରେ କୁମ୍ଭ ରାଶିରେ ପ୍ରବେଶ କରିବ ଏବଂ ତା’ପରେ ଫେବୃଆରୀ ୧୭ ତାରିଖରେ ସୂର୍ଯ୍ୟଗ୍ରହଣ ହେବ।…

କ୍ରାଶ ହେଉଥିଲା ବିମାନ, ପତ୍ନୀଙ୍କ ପାଇଁ ଏମିତି ବାର୍ତ୍ତା ଦେଲେ ପାଇଲଟ, ଭିଡ଼ିଓ ହେଉଛି ଭାଇରାଲ

ଜର୍ଜିଆ,୧୧।୨: ଆମେରିକାର ଜର୍ଜିଆ ରାଜ୍ୟର ଏକ ବ୍ୟସ୍ତବହୁଳ ରାସ୍ତାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ, ଏଥିରେ କୌଣସି କ୍ଷତି ହୋଇନାହିଁ। ଏହି ଘଟଣା ଘଟିଥିଲା…

ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri