ଘରକୁ କେବେ ଆସିବ? ଉତ୍ତରରେ ଦୀପିକାଙ୍କୁ ରଣବୀର କହିଲେ…

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂହ ବଲିଉଡ୍‌ର ମୋଷ୍ଟ ସେଲିବ୍ରିଟି କପଲ ଭାବେ ଜଣାଶୁଣା। ଜଣେ ଜଣଙ୍କୁ ବହୁତ ଭଲପାଆନ୍ତି। ଏବେ ରଣବୀର ଇନ୍‌ଷ୍ଟାଗ୍ରାମରେ ଲାଇଭ୍‌ରେ ଆସି ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି। ଏଥିରେ ରଣବୀର ଏବଂ ଦୀପିକାଙ୍କ କଥାବାର୍ତ୍ତା ପ୍ରଶଂସକଙ୍କୁ ବହୁତ ପସନ୍ଦ ଆସିଛି।

ଏହି ଲାଇଭ୍‌ରେ ଅର୍ଜୁନ କପୁର, ଆଲିଆ ଭଟ୍ଟ ଏବଂ ଅନ୍ୟ କଳାକାରମାନେ ରଣବୀରଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତର ସବୁ ରଣବୀର ବେଶ୍‌ ମଜାଳିଆ ଢଙ୍ଗରେ ଦେଇଛନ୍ତି। ଅର୍ଜୁନ କପୁର ରଣବୀରଙ୍କୁ ପଚାରିଛନ୍ତି, ତୁମେ ଏତେ ସେକ୍ସି କେମିତି ହେଲ ବାବା? ଏହାର ଉତ୍ତରରେ ରଣବୀର କହିଛନ୍ତି, ତୁମଠୁ ଟ୍ରେନିଂ ପାଇ। ପ୍ରିୟ ଗୀତ କ’ଣ ପଚାରିବାରୁ ରଣବୀର କହିଲେ ‘ମେରି ପ୍ୟାଣ୍ଟ୍‌ ଭି ସେକ୍ସି’।

ଦୀପିକା ବି ସ୍ବାମୀଙ୍କୁ ପଚାରିଥିଲେ ଘରକୁ କେବେ ଆସିବ? ରଣବୀର ମଧ୍ୟ କିଛି କମ୍‌ ନୁହନ୍ତି, ସେ କହିଥିଲେ ଖାଇବା ଗରମ କରି ରଖ ବେବି। ମୁଁ ପହଞ୍ଚୁଛି। ଦୀପିକା କହିଥିଲେ ଗୋଟିଏ ଶବ୍ଦରେ ସ୍ତ୍ରୀକୁ ନିଜ ପରିଭାଷାରେ ଲେଖ। ଏହାର ଉତ୍ତରରେ ରଣବୀର ଲେଖିଥିଲେ ‘ରାଣୀ’। ଦୀପିକା ରଣବୀରଙ୍କ ଏହି କଥାବାର୍ତ୍ତାକୁ ପ୍ରଶଂସକ ଖୁବ୍‌ ପସନ୍ଦ କରିବା ସହ ମଜା ଉଠାଇଛନ୍ତି।

Share