ବିବାହର ପାଞ୍ଚ ବର୍ଷ ପରେ ସାମ୍ନାକୁ ଆସିଲା ଦୀପ୍‌ବୀରଙ୍କ ‘ଓ୍ବେଡିଂ ଭିଡିଓ’, ଦେଖନ୍ତୁ…

ବମ୍ବେ: ବିବାହର ପାଞ୍ଚ ବର୍ଷ ପରେ ସାମ୍ନାକୁ ଆସିଛି ରଣବୀର ସିଂହ-ଦୀପିକା ପାଦ୍ୟୁକୋନଙ୍କ ବିବାହ ବେଳର ଭିଡିଓ। ଉଭୟ ୨୦୧୮ ନଭେମ୍ବର ୧୪ରେ ଇଟାଲୀରେ ଗ୍ରାଣ୍ଡ ଓ୍ବେଡିଂ କରିଥିଲେ। ଏବେ ସ୍ବତନ୍ତ୍ର ଦିନର ଭିଡିଓ ସାମ୍ନାକୁ ଆସିବା ପରେ ଖୁବ୍‌ ଭାଇରାଲ ହେଉଛି।

ଅକ୍ଟୋବର ୨୬ରେ ଓଟିଟି ପ୍ଲାଟଫର୍ମ ଡିଜ୍‌ନୀ ପ୍ଲସ ହଟ୍‌ଷ୍ଟାରରେ ‘କଫି ଉଇଥ୍‌ କରନ୍‌’ର ୮ମ ସିଜନ ଆରମ୍ଭ ହେବ। ଶୋ’ରେ ପ୍ରଥମ ଅତିଥି ଭାବେ ରଣବୀର-ଦୀପିକା ନଜର ଆସିବେ। କରନ୍‌ ଉଭୟଙ୍କୁ ବ୍ୟକ୍ତିଗତ ସହ କର୍ମଜୀବନକୁ ନେଇ ନାନା ପ୍ରଶ୍ନ ପଚାରିବେ। ବିଶେଷକରି ଦୀପବୀରଙ୍କ ବିବାହ ଭିଡିଓ ଏଥିରେ ଦେଖାଯିବ, ଯାହାକି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

Share