ହାଲୱା- ଲଡୁ ସହ ପ୍ରଶଂସକ ତୁଳନା କଲେ ଦୀପିକା-ରଣବୀରଙ୍କୁ

ମୁମ୍ବାଇ: ବଲିଉଡ୍‌ର ଚାର୍ମିଂ କପୁଲ ଦୀପିକା ପାଦୁକୋନ ଓ ରଣବୀର ସିଂଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋକୁ ଦୀପିକା ଦୀପାବଳି ଅବସରରେ ଶେୟାର କରିଥିଲେ । ଫଟୋରେ ଦୀପିକା ଏକ ଲାଲ ରଙ୍ଗର ଶାଢି ପିନ୍ଧିଥିବା ବେଳେ ରଣବୀର ଏକ କମଳା ରଙ୍ଗର କୁର୍ତ୍ତା ପିନ୍ଧିଥିବା ଦେଖାଯାଇଛି । ଆଉ ଏହି ଫଟୋକୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଏହାର ମିମ୍‌ସ୍ ଆରମ୍ଭ କରିଦେଇଛନ୍ତି । ଏହି ଫଟୋରେ ରଣବୀରଙ୍କୁ ମୋତିପୁରର ଲଡୁ ଓ ଦୀପିକାଙ୍କୁ ଗାଜର ହାଲୱା ସହ ତୁଳନା କରିଦେଇଛନ୍ତି । ଆଉ ପ୍ରଶଂସକଙ୍କ ଏହି ମିମ୍‌ସ ଦେଖିବା ପରେ ଦୀପିକା ରାଗି ନ ଯାଇ ବରଂ ଖୁସି ପ୍ରକାଶ କରିଛନ୍ତି । ଉକ୍ତ ମିମ୍‌କୁ ଶେୟାର କରି ଦୀପିକା ଲେଖିଛନ୍ତି ହଁ କାର୍ହିକି ନୁହେଁ । ଯାହା ହେଉ ପ୍ରଶଂସକଙ୍କ ମିମ୍‌କୁ ସକରାତ୍ମକ ଢଙ୍ଗରେ ଗ୍ରହଣ କରିଛନ୍ତି ଏହି କପୁଲ । ଖୁବ୍‌ଶୀଘ୍ର ଏହି ଯୋଡି ମୁଭି ‘୮୩’ରେ ନଜର ଆସିବେ ।

Share