୬ ବର୍ଷ ରୋମାନ୍ସ୍‌ ପରେ ରଣବୀରଙ୍କୁ ବିବାହ କରିଥିଲେ ଦୀପିକା

ମୁମ୍ବାଇ,୫।୧: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ ମଙ୍ଗଳବାର ୩୪ ବର୍ଷ ପୂରଣ ହୋଇଛି। ସେ ୩୫ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୮୬ ଜାନୁୟାରୀ ୫ରେ ଡେନମାର୍କର କୋପେନହେଗେନ୍‌ଠାରେ ଜନ୍ମ ଗ୍ରହଣ କରିଥିଲେ। ଜାତୀୟସ୍ତରୀୟ ଜଣେ ବ୍ୟାଡ଼ମିଣ୍ଟନ ଖେଳାଳି ଭାବେ ସେ ପରିଚିତି ହାସଲ କରିଥିଲେ। ତେବେ ସେ ଖେଳ ଛାଡି ପରବର୍ତ୍ତୀ ସମୟରେ ମଡେଲିଂରେ ପ୍ରବେଶ କରିଥିଲେ। ୨୦୦୬ରେ ସେ କନ୍ନଡ଼ ଫିଲ୍ମ ଐଶ୍ୱର଼୍ୟାରେ ଅଭିନୟ କରିଥିଲେ। ଏହାପରେ ୨୦୦୭ରେ ସେ ବଲିଉଡ୍‌ରେ ଓମ୍‌ ଶାନ୍ତି ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ଏହାପରେ ୨୦୦୯ରେ ଲଭ୍‌ ଆଜ୍‌ କଲ୍‌ରେ ଅଭିନୟ କରିଥିଲେ। ତେବେ ପରେ ତିନି ବର୍ଷ ପାଇଁ ସେ ବଲିଉଡ୍‌ଠାରୁ ଦୂରେଇ ରହିଥିଲେ। ଏହାପରେ ୨୦୧୨ରେ କକ୍‌ଟେଲ୍‌ରେ ଅଭିନୟ କରିଥିଲେ। ପରବର୍ତ୍ତୀ ସମୟରେ ଚେନ୍ନାଇ ଏକ୍ସପ୍ରେସ୍‌, ହାପି ନ୍ୟୁ ଇୟର, ଗୋଲିଓଁ କି ରାସଲିଳା ରାମଲିଳା, ପିକୁ, ଛପାକ୍‌ ଆଦି ଫିଲ୍ମରେ ଅଭିନୟ କରିଥିଲେ। ଦୀପିକା ଏବଂ ଅଭିନେତା ରଣବୀର ସିଂଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ରହିଥିଲା। ୬ ବର୍ଷ ରୋମାନ୍ସ୍‌ କରିବା ପରେ ଦୁହେଁ ୨୦୧୩ରେ ଗୋଲିଓଁ କି ରାସଲିଳା ରାମଲିଳା ଫିଲ୍ମରେ ଦୁହେଁ ପରସ୍ପରର ଅତି ନିକଟତମ ହୋଇଥିଲେ। ଦୁହିଁଙ୍କ ପ୍ରେମ ସମ୍ପର୍କ ନେଇ ବଲିଉଡ୍‌ରେ ବେଶ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା। ଏହାପରେ ୨୦୧୮ରେ ସେମାନେ ବିବାହ କରିଥିଲେ।

Share