ଖୁସି ଖବର ଦେବାକୁ ଯାଉଛନ୍ତି ଦୀପିକା!

ସୋସିଆଲ ମିଡିଆରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏକ ଫଟୋ ଲୋକଙ୍କୁ ଚିନ୍ତାରେ ପକାଇଛି। ସୋସିଆଲ ମିଡିଆରେ ପୋଷ୍ଟ କରିବାରେ ଦୀପିକା ବହୁତ ଚୁଜି। ସେ ସୋସିଆଲ ମିଡିଆରେ କେବଳ ମନୋନୀତ ଜିନିଷ ଶେୟାର କରନ୍ତି। ମାତ୍ର ସେ ବର୍ତ୍ତମାନ ଏକ ଫଟୋ ଶେୟାର କରିଛନ୍ତି। ଯାହା ପରେ ପ୍ରଶ୍ନ ଉଠିଛି ଯେ, ଦୀପିକା ଖୁସି ଖବର ଦେବାକୁ ଯାଉ ନାହାନ୍ତି ତ। ସେ ଯାହାହେଉ, ଅନୁଷ୍କା ନିକଟରେ ମା’ ହୋଇଥିବା ବେଳେ କରିନା କପୁର ଖାନ ମଧ୍ୟ ଖୁବ୍‌ଶୀଘ୍ର ତାଙ୍କ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବେ । ଏହି ତାଲିକାରେ ବର୍ତ୍ତମାନ ଦୀପିକା ନାମ ଜୋଡି ହୋଇ ଯାଇଥିବା ନେଇ ଚର୍ଚ୍ଚା ହୋଇଛି।

ଦୀପିକା ଟୁଇଟରରେ ଶେୟାର କରିଥିବା ଏହି ଏହି ଫଟୋରେ ହସ ସାଙ୍ଗକୁ ଲାଜ କରୁଥିବା ଦେଖିବାକୁ ମିଳୁଛି। ଫଟୋର କ୍ୟାପଶନରେ ସେ ଲେଖିଛନ୍ତି। ‘ଫେବୃଆରୀ’। ତାଙ୍କର ଏହି ଫଟୋରେ ଅନେକ ୟୁଜର୍ସ ମଧ୍ୟ କମେଣ୍ଟ ଦେଇଛନ୍ତି। ଦୀପିକା ଗୁଡ୍‌ ନିୟୁଜ୍‌ ଦେବାକୁ ଯାଉଛନ୍ତି କି ବୋଲି ଅନେକ ପ୍ରଶ୍ନ କରିଛନ୍ତି।

Share