ଫିଟ୍‌ ରହିବା ପାଇଁ ଏମିତି କରୁଛନ୍ତି ଦୀପିକା

ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଦୀପିକା ପାଦୁକୋନ। ନିଜର ସୌନ୍ଦର୍ଯ୍ୟ ଓ ସୁନ୍ଦର ଅଭିନୟ ଦ୍ୱାରା ସେ ସମସ୍ତଙ୍କର ପ୍ରିୟ ହୋଇପାରିଛନ୍ତି। ନିକଟରେ ସତ୍ୟ ଘଟଣାଉପରେ ଆଧାରିତ ତଥା ମେଘନା ଗୁଲଜାରଙ୍କ ଫିଲ୍ମ ‘ଛପାକ’ ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏଥିରେ ସୁନ୍ଦର ଅଭିନୟ ଦ୍ୱାରା ଦୀପିକା ଦର୍ଶକଙ୍କ ମନ ଜିତିପାରିଛନ୍ତି। ଏବେ କିନ୍ତୁ ଦୀପିକା ଯୋଗାଭ୍ୟାସ କରିବାରେ ଲାଗିପଡ଼ିଛନ୍ତି। ଶକୁନ ବତ୍ରାଙ୍କ ଆମାଗୀ ଫିଲ୍ମ ପାଇଁ ସେ ଏହି ପରିଶ୍ରମ କରୁଛନ୍ତି। ଫିଲ୍ମର ଶୁଟିଂ ପୂର୍ବରୁ ଦୀପିକା ଫିଟ୍‌ ରହିବା ପାଇଁ ଏପରି କରୁଥିବା ଜଣାପଡ଼ିଛି।

Share