ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ ଏବଂ ଦୀପିକା ବହୁତ ଉତ୍ସାହିତ ଅଛନ୍ତି। ଅଧିକାଂଶ ଅଭିନେତ୍ରୀ ଗର୍ଭାବସ୍ଥାରେ ସମ୍ପୂର୍ଣ୍ଣ ବିଶ୍ରାମ ନେବା ଉପରେ ଧ୍ୟାନ ଦେଉଥିବାବେଳେ ଅଭିନେତ୍ରୀ ଦୀପିକା ପାଦୁକୋନ ଗର୍ଭାବସ୍ଥାରେ ମଧ୍ୟ ନିରନ୍ତର କାର୍ଯ୍ୟ କରୁଛନ୍ତି।
ନିକଟରେ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ମୁଭି ‘ସିଂଘମ ଏଗେନ’ ସେଟରୁ ଦୀପିକା ପାଦୁକୋନଙ୍କ କିଛି ଫଟୋ ଲିକ ହୋଇଛି ଯେଉଁଥିରେ ସେ ପୋଲିସ ପରି ପୋଷାକ ପିନ୍ଧିଥିବାର ନଜର ଆସିଛନ୍ତି ଏବଂ ଅଭିନେତ୍ରୀ ଜଣକ ନିଜ କେଶକୁ ବାନ୍ଧି ରଖିଛନ୍ତି। ଲୁକ୍କକୁ କମ୍ପ୍ଲିଟ କରିବା ପାଇଁ ଦୀପିକା ମଧ୍ୟ ଚଷମା ପିନ୍ଧିଛନ୍ତି। ଫେବୃଆରୀରେ ତାଙ୍କ ଗର୍ଭବତୀ ହୋଇଥିବା ଖବର ଘୋଷଣା କରିବା ପରେ ପ୍ରଶଂସକମାନେ ଦୀପିକା ପାଦୁକୋନ କାମ କରୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଦୀପିକା ‘ସିଂଘମ ଏଗେନ’ରେ ଶକ୍ତି ଶେଟ୍ଟୀଙ୍କ ଭୂମିକାରେ ଅଭିନୟ କରିଛନ୍ତି, ଏହି ମୁଭିରେ ଅଜୟ ଦେବଗନ, ରଣବୀର ସିଂ, ଅକ୍ଷୟ କୁମାର ଏବଂ କରୀନା କପୁର ମଧ୍ୟ ଅଭିନୟ କରିଛନ୍ତି। ଏହାପୂର୍ବରୁ ଦୀପିକା ଏବଂ ରୋହିତ ଏକ ପୋଷ୍ଟର ଶେୟାର କରିଥିଲେ ଯେଉଁଥିରେ ଦୀପିକା ଶକ୍ତିଙ୍କ ଚରିତ୍ରରେ ଘୁରି ବୁଲୁଥିବାର ନଜର ଆସିଥିଲେ। ଏହି ମୁଭିରେ ଅର୍ଜୁନ କପୁର ଭିଲେନ ଭୂମିକାରେ ଅଭିନୟ କରିଛନ୍ତି।

Share