ରଣବୀରଙ୍କୁ ଇଗନୋର କଲେ ଦୀପିକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ପତି ରଣବୀର ସିଂ ସବୁବେଳେ ପରସ୍ପରକୁ ଖୁବ୍ ଭଲପାଇବା ଦେଉଥିବା ଦେଖାଯାଇଥାଏ । ନିକଟରେ ଦୀପିକା ତାଙ୍କ ପିତା ତଥା ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ ଓ ପତି ରଣବୀର ସିଂଙ୍କ ସହ ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ଏହି ସମୟରେ ଦୀପିକା ବ୍ଲାକ କଲର ଶାଢି ପିନ୍ଧିଥିବା ବେଳେ ରଣବୀର ଶୁଟରେ ଖୁବ୍ ସ୍ମାର୍ଟ ଲାଗୁଥିଲେ । ଏହି ଇଭେଣ୍ଟରେ ଦୀପିକା-ରଣବୀରଙ୍କ ଏଣ୍ଟ୍ରିର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ପ୍ରକାଶ ପାଦୁକୋନ ବି ନଜର ଆସିଛନ୍ତି । ହେଲେ ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ କହୁଛନ୍ତି ନିଶ୍ଚିତ ଭାବେ ଦୀପିକା-ରଣବୀରଙ୍କ ମଧ୍ୟରେ କିଛି ଘଟିଛି ।
ଇଣ୍ଡିଆନ ସ୍ପୋର୍ଟର୍ସ ଅନର୍ସ ଇଭେଣ୍ଟରେ ଦୀପିକା ଓ ରଣବୀର ଏଣ୍ଟ୍ରି କରିବା ସମୟରେ ପ୍ୟାପରାଜି ତାଙ୍କୁ ଘେରି ଯାଇଥିଲେ । ଭିଡିଓରେ ଦେଖିବାକୁ ମିଳିଛି କି ରଣବୀର ଦୀପିକାଙ୍କ ହାତ ଧରିବାକୁ ଚେଷ୍ଟା କରୁଥିଲେ ବି ଦୀପିକା ତାଙ୍କ ହାତ ନ ଧରି ବରଂ ନିଜର ଶାଢିକୁ ସମ୍ଭାଳିବାରେ ବ୍ୟସ୍ତ ଥିଲେ । ଆଉ ଲାଗୁଥିଲା ଦୀପିକା ଯେମିତି ରଣବୀରଙ୍କୁ ଇଗନୋର କରୁଛନ୍ତି । ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ନାନ ପ୍ରକାରର କମେଣ୍ଟ କରିଛନ୍ତି । କେହି କେହି ଲେଖିଛନ୍ତି ଆଜି ନିଶ୍ଚିତ ଭାବେ ଦୀପିକା ଓ ରଣବୀରଙ୍କ ମଧ୍ୟରେ କିଛି ଘଟିଛି । ଆଉ କିଏ ଲେଖିଛି ଦୀପିକା ସବୁବେଳେ ହୁଏତ ଜଣଙ୍କ ହାତ ଧରିବାକୁ ପସନ୍ଦ କରୁ ନାହାନ୍ତି ।
ଆଉ କେତେଜଣ ପ୍ରଶଂସକ ଦୀପିକାଙ୍କୁ ବଞ୍ଚାଇବାକୁ ଯାଇ ଲେଖିଛନ୍ତି, ଅସଲ କଥା ହେଲା ଦୀପିକା ତାଙ୍କ ଶାଢିକୁ ସମ୍ଭାଳିବାରେ ଏତେ ବ୍ୟସ୍ତ ହୋଇଯାଇଛନ୍ତି ଯେ ରଣବୀର ପାଖରେ ଥିଲେ ବି ସେ ତାଙ୍କ ଆଡକୁ ଦେଖିନାହାନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri