ଟାଇମ୍ ମାଗାଜିନରେ ପୁଣି ସ୍ଥାନ ପାଇ ରେକର୍ଡ କଲେ ଦୀପିକା

ମୁମ୍ବାଇ: ଦୀପିକା ପାଦୁକୋନ ବଲିଉଡ ଜଗତରେ ଜଣେ ଆଗଧାଡିର ନାୟିକା । ଯିଏ ନିଜର ଅଭିନୟରେ ବକ୍ସ ଅଫିସରେ ହଙ୍ଗାମା କରନ୍ତି । କିଛି ହିଟ ମୁଭି ଭେଟି ଦେଇଥିବା ଦୀପିକା ସବୁଠାରୁ ଅଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀଙ୍କ ମଧ୍ୟରେ ଜଣେ । କିଛି ବଡ ବଡ ଆୱାର୍ଡ ନିଜ ନାଁରେ କରିସାରିଥିବା ଏହି ଅଭିନେତ୍ରୀ ଏଥର ପୁଣିଥରେ ଏକ ରେକର୍ଡ ନିଜ ନାଁରେ ଯୋଡି ଦେଇଛନ୍ତି । ଦୀପିକା ଏବେ ପ୍ରଥମ ଇଣ୍ଡିଆନ ସେଲିବ୍ରିଟି ପାଲଟି ଯାଇଛନ୍ତି ଯିଏ ଟାଇମ ମାଗାଜିନର ୧୦୦ ଇମ୍ପାକ୍ଟ ଆୱାଡିର ପାୱାରଫୁଲ ଲିଷ୍ଟରେ ପୁଣିଥରେ ସାମିଲ ହୋଇଛନ୍ତି ।
ପାଖାପାଖି ଏକ ଦଶକ ପର୍ଯ୍ୟନ୍ତ ସେ ସଫଳତାର ସହ ବଲିଉଡରେ ରାଜ କରିଛନ୍ତି । ଏବେ ତାଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡି ହୋଇଥବା ଖବରକୁ ସେ ନିଜେ ସୋସିଆଲ ମିଡିଆ ମାଧ୍ୟମରେ ଶେୟାର କରିଛନ୍ତି । ଇଣ୍ଟର‌୍ୟାଶନାଲ ଟାଇମ ମାଗାଜିନର ୨୦୨୨ର ୧୦୦ ଇମ୍ପାକ୍ଟ ଆୱାଡି ପୱାରଫୁଲ ଲିଷ୍ଟରେ ସେ ସାମିଲ ହୋଇଛନ୍ତି । ବଡ କଥା ହେଲା ଟାଇମ ମାଗାଜିନ ଦ୍ୱାରା ଦୁଇଥର ସମ୍ମାନିତ ହୋଇଥିବା ପ୍ରଥମ ଇଣ୍ଡିଆନ ସେଲିବ୍ରିଟି ପାଲଟି ଯାଇଛନ୍ତି ଦୀପିକା ପାଦୁକୋନ । ଏହି ଲିଷ୍ଟରେ ବିଶ୍ୱର କେତେଜଣ ବୈଜ୍ଞାନିକ, ସିଇଓ, ଆର୍ଟିଷ୍ଟ ଓ ଆକ୍ଟିଭିଷ୍ଟ, ପପ୍ ଷ୍ଟାର ଓ ପଲିଟିସିଆନ ସାମିଲ ଅଛନ୍ତି ।
ଏହାପୂର୍ବରୁ ୨୦୧୮ରେ ଫେମଶ ମାଗାଜିନ ଟାଇମର ୧୦୦ ପ୍ରଭାବଶାଳୀ ଲୋକଙ୍କ ଲିଷ୍ଟ ବାହାର କରାଯାଇଥିଲା । ଯେଉଁଥିରେ ଇଣ୍ଡିଆନ ମୁଭି ୱାର୍ଲଡର କେବଳ ଦୀପିକା ପାଦୁକୋନଙ୍କୁ ସ୍ଥାନ ମିଳିଥିଲା ।

Share