Categories: ଖେଳ

କିଏ ସେହି ଯୁବତୀ, ଯାହାଙ୍କୁ ସାରା ବିଶ୍ୱ ଆଗରେ ପ୍ରପୋଜ କଲେ ଦୀପକ

ଦୁବାଇ,୮।୧୦: ଆଇପିଏଲ-୨୦୨୧ର ଲିଗ ମ୍ୟାଚରେ ତିନିଥର ଚାମ୍ପିୟନ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୬ ଉଇକେଟରେ ପରାସ୍ତ କରିଛି। ତେବେ ଚେନ୍ନାଇ ପେସର୍‌ ଦୀପକ ଚହରଙ୍କ ପାଇଁ ଏହି ମ୍ୟାଚ ଏବଂ ଦିନ ସ୍ମରଣୀୟ ହୋଇପାରିଛି। ସେ ମ୍ୟାଚ ପରେ ତୁରନ୍ତ ଷ୍ଟାଡିୟମରେ ଥିବା ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରି ମୁଦି ପିନ୍ଧାଇଥିଲେ। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ଦୀପକ ନିଜେ ଭିଡିଓ ଏବଂ ଫଟୋ ମଧ୍ୟ ଶେୟାର କରିଥିଲେ।
ଏହି ମ୍ୟାଚ ହୁଏତ ଦୀପକ ଚହରଙ୍କ ପାଇଁ ବହୁତ ଭଲ ନ ଥିଲା କିନ୍ତୁ ସେ ଦିନଟିକୁ ସୃତି କରିବା ପାଇଁ ଚେଷ୍ଟା କରିଥିଲେ। ମ୍ୟାଚ୍‌ରେ ସେ ୪ ଓଭରରେ ୪୮ ରନ ଦେଇ ଗୋଟିଏ ଉଇକେଟ ନେଇଥିଲେ। ପରେ ସେ ନିଜେ ଷ୍ଟାଡିୟମରେ ଉପସ୍ଥିତ ଗର୍ଲଫ୍ରେଣ୍ଡଙ୍କୁ ଦେଖା କରିବାକୁ ଯାଇ ପ୍ରପୋଜ କରିଥିଲେ। ପରେ ମଧ୍ୟ ମୁଦି ମଧ୍ୟ ପିନ୍ଧାଇଥିଲେ। ସେ ଏହି ଫଟୋକୁ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ। ତାଙ୍କ ଭଉଣୀ ମାଳତୀ ଚହର ଏବଂ ଭାଇ ରାହୁଲ ଚହର ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୀପକ ଚହରଙ୍କ ଗର୍ଲଫ୍ରେଣ୍ଡର ନାମ ଜୟା ଭରଦ୍ୱାଜ। ଷ୍ଟାଡିୟମରେ ଜୟା କଳା ପୋଷାକ ପିନ୍ଧିଥିବାର ନଜର ଆସିଥିଲେ। ସେ ରିୟଲିଟି ଶୋ ବିଗ ବସ ସିଜନ ୫ର ପ୍ରତିଯୋଗୀ ସିଦ୍ଧାର୍ଥ ଭରଦ୍ୱାଜଙ୍କ ଭଉଣୀ। ଜୟା ଦିଲ୍ଲୀର ଏକ କର୍ପୋରେଟ କମ୍ପାନୀରେ କାମ କରନ୍ତି।

Share