Categories: ଖେଳ

ବିମାନରେ ଭାରତୀୟ କ୍ରିକେଟରଙ୍କ ସହ ଦୁର୍ବ୍ୟବହାର; ମିଳିଲାନି ଖାଦ୍ୟ, ଜିନିଷପତ୍ର ବି ହରାଇଲେ…

ଢାକା,୩।୧୨: ଭାରତୀୟ ଟିମ୍‌ ଏବେ ବାଲାଂଦେଶ ଗସ୍ତରେ ଅଛି। ଏଠାରେ ଉଭୟ ଟିମ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଏବଂ ୨ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ଏସବୁ ମଧ୍ୟରେ ଜଣେ ଭାରତୀୟ କ୍ରିକେଟରଙ୍କ ସହ ବିମାନରେ ଖରାପ ଆଚରଣ କରାଯାଇଥିବା ଖବର ସାମ୍ନାକୁ ଆସିଛି। ସେ ହେଲେ ଷ୍ଟାର ବୋଲର୍‌ ଦୀପକ ଚାହର।

ଦୀପକ ପୂର୍ବରୁ ଭାରତୀୟ ଟିମ୍‌ ସହ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିଲେ। ସେଠାରୁ ସେ ସିଧା ଢାକାରେ ପହଞ୍ଚି ଦଳ ସହ ଯୋଡ଼ି ହୋଇଥିଲେ। ଏହି ସମୟରେ ତାଙ୍କ ସହ ଦୁର୍ବ୍ୟବହାର କରାଯାଇଥିବା ନେଇ କ୍ରିକେଟର ଟୁଇଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ମାଲେସିଆ ଏୟାରଲାଇନ୍ସ ଯୋଗେ ସେ ଢାକା ପହଞ୍ଚିଥିଲେ। ପ୍ରଥମେ ତାଙ୍କୁ ନ ଜଣାଇ ବିମାନରେ ପରିବର୍ତ୍ତନ କରାଯାଇଥିଲା। ସେ ବିଜିନେସ୍‌ କ୍ଲାସରେ ଯାତ୍ରା କରିଥିବା ସତ୍ତ୍ୱେ ତାଙ୍କୁ ଖାଇବାକୁ ଦିଆଯାଇ ନ ଥିଲା। ଏପରିକି ତାଙ୍କ ସହ ଆସିଥିବା ଜିନିଷପତ୍ର ବିମାନ କର୍ମଚାରୀମାନେ ହଜାଇ ଦେଇଥିଲେ। ରବିବାର ସିରିଜର ପ୍ରଥମ ଦିନିକିଆ ଥିବା ବେଳେ ସେ ୨୪ ଘଣ୍ଟା ହେଲାଣି ତାଙ୍କ ଜିନିଷପତ୍ରକୁ ଅପେକ୍ଷା କରିଛନ୍ତି। ଏଭଳି ସ୍ଥିତିରେ ସେ କିଭଳି ପ୍ରସ୍ତୁତି କରିବେ ବୋଲି କ୍ରିକେଟର ପ୍ରଶ୍ନ କରିଛନ୍ତି।

Share