Categories: ଜାତୀୟ

ଦୀପକ ବକ୍ସରଙ୍କୁ ମେକ୍ସିକୋରୁ ଦିଲ୍ଲୀ ଅଣାଗଲା

ନୂଆଦିଲ୍ଲୀ, ୬।୪: ମୋଷ୍ଟ ଓ୍ବାଣ୍ଟେଡ୍‌ ପଳାତକ ଦୀପକ ବକ୍ସରଙ୍କୁ ବୁଧବାର ଦିଲ୍ଲୀ ପୋଲିସର ସ୍ବତନ୍ତ୍ର ଟିମ୍‌ ମେକ୍ସିକୋରୁ ଦିଲ୍ଲୀ ଆଣିଛି। ଦୀପକଙ୍କୁ ଧରିବା ପାଇଁ ଦିଲ୍ଲୀ ପୋଲିସ, ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌ (ଏଫ୍‌ବିଆଇ), ମେକ୍ସିକୋ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅପରେଶନ୍‌ ଆରମ୍ଭ କରାଯାଇଥିଲା। ଦିଲ୍ଲୀ ପୋଲିସ ପ୍ରଥମ ଥର ପାଇଁ ବିଦେଶରେ ଅପରେଶନ୍‌ କରି ଜଣେ ଗ୍ୟାଙ୍ଗ୍‌ଷ୍ଟର୍‌କୁ ଧରିବାରେ ସଫଳ ହୋଇଛି। ଦୀପକଙ୍କୁ ଧରିବା ପାଇଁ ପୋଲିସ ୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।

ଦୀପକଙ୍କ ଦ୍ୱାରା ପରିଚାଳିତ ଗୋଗି ଗ୍ୟାଙ୍ଗ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ସହିତ ମିଶି ଆପରାଧିକ କାର୍ଯ୍ୟରେ ସାମିଲ ଥିଲା। ହରିୟାଣା ସୋନେପତ୍‌ ଜିଲା ଗନୌରରେ ଦୀପକଙ୍କ ଘର। ଗତ ୫ ବର୍ଷ ମଧ୍ୟରେ ତାଙ୍କ ବିରୋଧରେ ହତ୍ୟା, ଅପହରଣ ଭଳି ୧୦ ସମ୍ବେଦନଶୀଳ ମାମଲା ରହିଛି।

 

Share