ଦୀପଙ୍କୁ ମନେପକାଇ ଏମିତି ଲେଖିଲେ ଗର୍ଲଫ୍ରେଣ୍ଡ

ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କର ସଡ଼କ ଦୁର୍ଘଟଣାରେ ୧୬ ଫେବୃୟାରୀରେ ମତ୍ୟୁ ହୋଇଯାଇଛି । ଦୁର୍ଘଟଣା ବେଳେ ଗାଡ଼ିରେ ତାଙ୍କ ଗର୍ଲଫ୍ରେଣ୍ଡ ରୀନା ରାୟ ମଧ୍ୟ ଥିଲେ। ତେବେ ଦୁର୍ଘଟଣାରେ ଦୀପ ସିଦ୍ଧୁଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦୀପ ସିଦ୍ଧୁଙ୍କର ମୃତ୍ୟୁ ଖବର ଶୁଣି ରୀନାଙ୍କ ସମେତ ପୂରା ପରିବାର ଦୁଃଖରେ ଅଛନ୍ତି ।
ରୀନାଙ୍କ ହସ୍ପିଟାଲରେ ଏବେ ଚେତା ଫେରିଛି। ଆଉ ଦୀପ ଚାଲିଯିବା ତାଙ୍କୁ ବ୍ୟଥିତ କରିଛି। ଦୀପଙ୍କୁ ମନେପକାଇ ରୀନା ସୋସିଆଲ ମିଡ଼ିଆରେ ଏକ ଇମୋସନାଲ ପୋଷ୍ଟ ଲେଖିଛନ୍ତି ଯେ, ମୁଁ ଭାଙ୍ଗି ପଡ଼ିଛି । ତୁମେ ମୋତେ କଥା ଦେଇଥିଲ ଜୀବନରେ ଛାଡ଼ି କୁଆଡ଼େ ଚାଲିଯିବ ନାହିଁ। ଫେରିଆସ ତୁମେ, ମୁଁ ତମକୁ ବହୁତ ଭଲ ପାଉଛି । ତମେ ମୋର ହାର୍ଟବିଟ। ରୀନାଙ୍କର ଏହି ପୋଷ୍ଟଟି ଏବେ ଖୁବ ଭାଇରାଲ ହେଉଛି ।
ଭାଲେଣ୍ଟାଇନ ଡେ ସେଲିବ୍ରେଶନ କରିବାକୁ ରୀନା ବିଦେଶରୁ ଆସିଥିଲେ। ଦୀପ ବିଳମ୍ବିତ ରାତିରେ ତାଙ୍କ ନିଜ ଘର ଲୁଧିଆନା ନେଇ ଯାଉଥିଲେ । ସୋନିପଥ ପାଖରେ ତାଙ୍କର ଗାଡ଼ିର ଆକ୍ସିଡେଣ୍ଟ ହୋଇଥିଲା ।

Share