Categories: ଜାତୀୟ

ଜାମିନ ପରେ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ, ୧୮ା୪: ଜାନୁୟାରୀ ୨୬ ଲାଲକିଲ୍ଲା ହିଂସା ମାମଲାରେ ଗିରଫ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କୁ ଶନିବାର ଦିଲ୍ଲୀର ଏକ କୋର୍ଟ ଜାମିନ୍‌ ପ୍ରଦାନ କରିବାର କିଛି ଘଣ୍ଟା ପରେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପୋଲିସ ତାଙ୍କୁ ପୁଣି ଗିରଫ କରିଛି। ଦୀପ ସର୍ବସାଧାରଣଙ୍କ ସମ୍ପତ୍ତି ନଷ୍ଟ କରିବାକୁ ଉଦ୍ୟମ କରିଥିବା ନେଇ ଭାରତର ପ୍ରତ୍ନତତ୍ତ୍ୱ ବିଭାଗ ଶନିବାର ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଛି। ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ହିଂସାକାଣ୍ଡକୁ ଉସୁକାଇଥିବା ନେଇ ଗତ ଫେବୃୟାରୀ ୯ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା। ଶନିବାର ଦିଲ୍ଲୀ କୋର୍ଟ ୩୦ ହଜାର ଟଙ୍କା ବ୍ୟକ୍ତିଗତ ମୁଚାଲିକା ବଦଳରେ ଜାମିନ ପ୍ରଦାନ କରିଥିଲେ। ଥାନାରେ ହାଜର ହେବା ସହ ପାସ୍‌ପୋର୍ଟ ଜମା କରିବା, କୌଣସି ପ୍ରମାଣ ନଷ୍ଟ ନ କରିବାକୁ କୋର୍ଟ ସର୍ତ୍ତ ରଖିଥିଲେ।

Share