Posted inଖେଳ

ସେମାନେ କି ଭୁଲ କଲେ? ଏହି ୨ ଖେଳାଳିଙ୍କୁ ଅଣଦେଖା କରାଯିବାକୁ ନେଇ ରାଗିଗଲେ ପୂର୍ବ କ୍ରିକେଟର

ନୂଆଦିଲ୍ଲୀ,୧୧।୬: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ପାଇଁ ବିସିସିଆଇ ପକ୍ଷରୁ ଗୁରୁବାର ୨୦ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏଥିରେ ଚୟନକର୍ତ୍ତା ଅନେକ ଯୁବ କ୍ରିକେଟରଙ୍କୁ ସୁଯୋଗ ଦେଇଛନ୍ତି। ହେଲେ ଅନେକ ହକଦାର ଖେଳାଳିଙ୍କୁ ସୁଯୋଗ ମିଳିନାହିଁ। ଏହାକୁ ନେଇ ଭାରତୀୟ ଟିମ୍‌ର ପୂର୍ବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଦୀପ ଦାଶଗୁପ୍ତା ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଦର୍ଶନ ଆଧାରରେ ଜୟଦେବ ଉନାଦକଟ ଏବଂ ରାହୁଲ ତେବତିୟାଙ୍କୁ ଚୟନ କରାଯିବା ଉଚିତ ଥିଲା ବୋଲି କ୍ରିକେଟରରୁ କମେଣ୍ଟେଟର ପାଲଟିଥିବା ଦାଶଗୁପ୍ତା କହିଛନ୍ତି।

ଜୁଲାଇ ୧୩ରୁ ୨୫ ମଧ୍ୟରେ ଶ୍ରୀଲଙ୍କା ବିପକ୍ଷରେ ଭାରତ କଲମ୍ବୋରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍‌ ଖେଳିବ। ଏହି ଟିମ୍‌ର ଅଧିନାୟକ ଶିଖର ଧଓ୍ବନ ରହିବେ। ସେହିଭଳି ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ହେଲେ ଜୟଦେବ ଏବଂ ତେବତିୟାଙ୍କୁ ଦଳରେ ସାମିଲ କରା ନ ଯିବାକୁ ନେଇ ଦାଶଗୁପ୍ତା ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ କଟାକ୍ଷ କରିଛନ୍ତି।

ଶ୍ରୀଲଙ୍କାରେ ୬ ମୁକାବିଲା ହେବ। ଆପଣଙ୍କୁ ୨୦ଜଣ ଖେଳାଳି ଏବଂ ୫ଜଣ ନେଟ ବୋଲର ବାଛିବାକୁ ଥିଲା। ଆପଣ ଅନ୍ୟ ଖେଳାଳିଙ୍କୁ ମଧ୍ୟ ସାମିଲ କରିପାରିଥାନ୍ତେ। ସେମାନେ କି ଭୁଲ କରିଥିଲେ। ଗତ ସିଜନରେ ସେମାନେ ସାମିଲ ଥିଲେ। ତାଙ୍କୁ ସୁଯୋଗ ମିଳିବାର ଆବଶ୍ୟକତା ରହିଥିଲା। ୨୫ ସ୍ଥାନରେ ୨୭ର ସ୍କ୍ବାର୍ଡ ଥିଲେ କୌଣସି ଅସୁବିଧା ହୋଇନଥାନ୍ତା ବୋଲି ଦାଶଗୁପ୍ତା କହିଛନ୍ତି।

ମୁଁ ଦଳ ଚୟନକୁ ନେଇ ବେଶି କଥା କହିବାକୁ ଚାହେଁନା। ୨୦ ଖେଳାଳି ଅଛନ୍ତି, ଯିଏ ବି ଦାବିଦାର, ତାଙ୍କୁ ସ୍ଥାନ ମିଳିଛି। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ମୁଁ ଚାହୁଁଥିଲି ଜୟଦେବଙ୍କୁ ସ୍ଥାନ ମିଳୁ। କାରଣ ସେ ବହୁତ ପରିଶ୍ରମ କରୁଥିବା ଖେଳାଳି। କେବଳ ଆଇପିଏଲ୍‌ ନୁହେଁ ସେ ରଣଜୀ ଟ୍ରଫିରେ ୨୦-୨୫ ଓଭର ବୋଲିଂ କରୁଛନ୍ତି। ଯଦି ଆପଣ ୨୫ ବଦଳରେ ୨୬ଜଣ ଖେଳାଳି ଚୟନ କରିଥାନ୍ତେ କୌଣସି ଫରକ ପଡ଼ି ନ ଥାନ୍ତା। ଅପରପକ୍ଷେ ୫ଜଣ ସ୍ପିନର ଏବଂ ମନିଷ ପାଣ୍ଡେଙ୍କ ଚୟନକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସେ। ଏଭଳି ଲାଗୁଛି ସମସ୍ତେ ଟିମ୍‌ରେ ଅଛନ୍ତି। ମନିଷଙ୍କ ସହ ଚୟନକର୍ତ୍ତା କ’ଣ କରିବାକୁ ଚାହାନ୍ତି ବୁଝାପଡ଼ୁନାହିଁ ବୋଲି ସେ ମଧ୍ୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri